ଓଡିଶା

ଅଟୋରେ ଛାଡ଼ିଯାଇଥିଲେ ମୂଲ୍ୟବାନ ସାମଗ୍ରୀ, ମହିଳା ଯାତ୍ରୀଙ୍କୁ ଫେରାଇ ଦେଲେ ଭଦ୍ରକର ଅଟୋଚାଳକ – bajravana

[ad_1]

ଭଦ୍ରକ: ମାନବିକତା ଦେଖାଇଲେ ଅଟୋ ଚାଳକ। ଗାଡ଼ିରେ ଗ୍ରାହକ ଛାଡିଯାଇଥିବା ମୂଲ୍ୟବାନ ସାମଗ୍ରୀକୁ ଥାନାରେ ଜିମାଦେଇ ସମସ୍ତଙ୍କର ପ୍ରଶଂସାର ପାତ୍ର ସାଜିଲେ। ଆଜିର ଦିନରେ ଲୋକେ ନିଜନିଜ ସ୍ବାର୍ଥରେ ନିଯୋଜିତ ରହୁଥିବା ବେଳେ ଯୁବ ସମାଜକୁ ଏକ ଦିଶା ଦେଖାଇଛନ୍ତି ଜଣେ ଅଟୋ ଚାଳକ। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତିଦିନ ଭଳି କର୍ମସ୍ଥାନ ଭଦ୍ରକ ସହର ବାଇପାସସ୍ଥିତ ଅଟୋ ଷ୍ଟାଣ୍ଡକୁ ଅଟୋ ନେଇ ଆସିଥିଲେ ପୁରୁଣା ବଜାର ନିବାସୀ ଅଟୋ ଚାଳକ ଏନାୟତ ଖାନ କାଦ୍ରୀ। ସକାଳୁ ଆଦୌ ଭଡ଼ା ନଥିବା ବେଳେ ଅପରାହ୍ନରେ ପାସେଞ୍ଜରକୁ ନେଇ ବାଲେଶ୍ୱର ଜିଲ୍ଲା ସୋର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପାସେଞ୍ଜରଙ୍କୁ ଛାଡ଼ି ଫେରିବା ବେଳେ ସୋର ତଳନଗର ଛକରେ ଜଣେ ମହିଳାଙ୍କ ସହ ଦୁଇ ଜଣ ଛୋଟ ପିଲା ଜାମୁଝାଡ଼ି ଯିବାକୁ କହି ଅଟୋରେ ବସିଲେ ଏବଂ ଜାମୁଝାଡ଼ିରେ ସେମାନଙ୍କୁ ଓହ୍ଲାଇ ଏନାୟତ  ଭଦ୍ରକ ଅଭିମୁଖେ ଆସି ଚରମ୍ପାରେ ଚା’ ପିଇବା ପାଇଁ ଓହ୍ଲାଇବା ବେଳେ ଅଟୋ ପଛରେ ଏକ ବ୍ୟାଗ ଥିବା ଦେଖିବାକୁ ପାଇଥିଲେ।

ତେବେ ବିଳମ୍ବ ନକରି ସଂଗେସଂଗେ ଏନାୟତ ପୁଣି ଜାମୁଝାଡ଼ିକୁ ଫେରି ବହୁତ ଖୋଜିଥିଲେ ସେହି ବ୍ୟାଗ ଛାଡ଼ି ଯାଇଥିବା ପାସେଞ୍ଜରଙ୍କୁ। କିନ୍ତୁ ପାଇନଥିଲେ। ପୁଣି ଯାଇଥିଲେ ସୋର ତଳନଗର ଖୋଜିବା ପାଇଁ, ଏନୟତ ଯେଉଁଠି ସେହି ପାସେଞ୍ଜର ଜଣକ ଅଟୋରେ ଉଠିଥିଲେ। କିନ୍ତୁ ଏନାୟତ ବହୁତ ଖୋଜିଲେ କିଛି ପତ୍ତା ପାଇନଥିଲେ । ଶେଷରେ ଏନାୟତ ଗତ ଦୁଇ ତାରିଖ ଦିନ ଭଦ୍ରକ ସହରାଞ୍ଚଳ ଥାନାରେ ଲିଖିତ ଭାବରେ ଜଣାଇବା ସହ ବ୍ୟାଗରେ ଥିବା କିଛି ଗହଣା ଓ ମୂଲ୍ୟବାବ ସାମଗ୍ରୀକୁ ଥାନାବାବୁଙ୍କ ଆଗରେ ଖୋଲି ଦେଖାଇଥିଲେ। ସବୁ ସାମଗ୍ରୀ ଥାନାରେ ଜିମା ଦେବା ସହ ଯେମିତି ଉଚିତ ଲୋକ ତାହାର ମୂଲ୍ୟବାନ ଜିନିଷ ଫେରିପାଉ ସେଥିନେଇ ମଧ୍ୟ ଥାନା ବାବୁଙ୍କୁ ଅନୁରୋଧ କରିଥିଲେ।

ଏହି ଘଟଣା ସଂପର୍କରେ ସମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅଟୋରେ ନିଜ ଜିନିଷ ଛାଡି ଥିବା ମହିଳା ଜଣକ ଭଦ୍ରକ ସହରାଞ୍ଚଳ ଥାନାରେ ପହଂଚିଥିଲେ। ଆଉ ଅପେକ୍ଷା କରିଥିଲେ ସେହିପରି ଭଗବାନ ସ୍ୱରୂପ ଅଟୋ ଚାଳକଙ୍କୁ। ତେବେ ଶୁଭସ୍ମିତା ଲେଙ୍କା ନାମ୍ନୀ ମହିଳାଙ୍କ କହିବାନୁଯାଇ ଶ୍ୱଶୁର ଘର ସୋର ତଳନଗରରୁ ଭଦ୍ରକ ଶାବରଙ୍ଗକୁ ଝିଆରୀ ବାହାଘର ନିମନ୍ତେ ଆସୁଥିଲେ। କିନ୍ତୁ କିଛି ନିଜସ୍ୱ କାର୍ଯ୍ୟ ପାଇଁ ଜାମୁଝଡ଼ି ନିକଟରେ ଓହ୍ଲାଇ ପଡ଼ିଥିଲେ ଶୁଭସ୍ମିତା। ମାତ୍ର ତାଙ୍କ ବ୍ୟାଗ୍‌ଟି ଅଟୋରେ ରହିଯାଇଥିଲା। ବହୁତ ଖୋଜା ଖୋଜି ପରେ ସିମୁଳିଆ ଥାନାରେ ମଧ୍ୟ ଜଣାଇଥିଲେ ଶୁଭସ୍ମିତା ।

ତେବେ ଭଦ୍ରକ ସହରାଞ୍ଚଳ ଥାନାରେ ପହଂଚି ଶୁଭସ୍ମିତା ଏତେ ମାନସିକ ଦୁଶ୍ଚିନ୍ତାରେ ଥିଲେ, ଯେ ପାଦରେ ଜୋତା ମଧ୍ୟ ନଥିଲା ଆଉ ଆଖିରୁ ଲୁହ ଗଡ଼ାଇ ଖାଲି କହୁଥିଲେ ସେ ଭଗବାନ ସ୍ୱରୂପ ମଣିଷକୁ ଟିକେ ଭେଟିବି ଏବଂ ଅଟୋ ଚାଳକ ଆସିବା ପରେ ଅଟୋ ଚାଳକଙ୍କ ପାଦ ଛୁଇଁ କାନ୍ଦି କାନ୍ଦି ନିଜ ଭାବାବେଗକୁ ପରିପ୍ରକାଶ କରିବା ସହ ଗଣମାଧ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶେଷରେ ଭଦ୍ରକ  ଥାନାଧିକାରୀ ଉଭୟ ପକ୍ଷଙ୍କ ଉପସ୍ଥିତି ରେ ଶୁଭସ୍ମିତାଙ୍କୁ ତାଙ୍କର ବ୍ୟାଗ୍‌ ଟି ପ୍ରଦାନ କରିଥିଲେ। ଅଟୋ ଚାଳକ ଏନାୟତଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଭୁୟସୀ ପ୍ରଶଂସା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button