ଓଡିଶା

ବେଆଇନ କରତକଳ ଉପରେ ଚଢାଉ; ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠ ଜବତ – bajravana

[ad_1]

ନୀଳଗିରି: ପୁଣି ଆକ୍ସନ ମୋଡ଼ରେ ନୀଳଗିରି ରେଞ୍ଜର ଲେଡି ଦବଙ୍ଗ ରେଞ୍ଜର ଆଇଲା ଅକ୍ତାର ନିଶା, ବେଆଇନ ଭାବରେ କରତ କଳ ଚାଲୁଥିବା ସମୟରେ ମାଡ଼ିବସିଲା ନୀଳଗିରି ବନବିଭାଗ। ଅଭିନବ ଢଙ୍ଗରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଚାଲିଥିଲା କାଠକଟା।

ସୂଚନା ମୁତାବକ ଗୁପ୍ତ ସୂଚନା ପାଇ ଆଜି ନୀଳଗିରି ରେଞ୍ଜ ପକ୍ଷରୁ ସନ୍ଧ୍ୟା ସମୟରେ ମାଟିଆଳି ବିଟ, ସଜନଗଡ଼ ସେକ୍ସନର ସାନନୂଆଗାଁସ୍ଥିତ ଜଣେ ଜୈନିକ ବ୍ୟକ୍ତିଙ୍କ ବାଡ଼ିରେ ବେଆଇନ ଭାବରେ ଚାଲିଥିବା ଏକ କରତକଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉରେ ଗୋଟିଏ ଟାଟା ଏସି ଗାଡି, ବିଭିନ୍ନ ଯନ୍ତ୍ରାଂଶ, ଶାଳ, ଶାଗୁଆନ, କସି, ଆକାଶି ଭଳି ବିଭିନ୍ନ ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏହି ଚଢାଉରେ ରେଞ୍ଜର ଆଇଶା ଅକ୍ତାର ନିଶା, ସଜନାଗଡ଼ ଫରେଷ୍ଟର ସରୋଜ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ଆୟୁଷ୍ମାନ ପଣ୍ଡା, ନରଣପୁର ଫରେଷ୍ଟ ଗାର୍ଡ ବୁଦୁରାମ ହାଁସଦା ଓ ସବୁଜ ବାହିନୀ ସଦସ୍ୟମାନେ ସାମିଲ ଥିଲେ। ଆଗକୁ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button