ଓଡିଶା

କାଲିଠୁ ବିଧାନସଭା ବଜେଟ୍‌ ଅଧିବେଶନ; ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ – bajravana

[ad_1]

ଭୁବନେଶ୍ବର: ରାତି ପାହିଲେ ଅର୍ଥାତ ଫେବ୍ରୁଆରି ୫ ତାରିଖ ଠାରୁ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ବସିବ। ଏହା ଫେବ୍ରୁଆରି ୧୩ ତାରିଖ ଯାଏଁ ଜାରି ରହିବ। ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଥିବାରୁ ଏଥିରେ କାମଚଳା ବ‌ଜେଟ୍‌ ପ୍ରସ୍ତୁତ ହେବ। ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଧର୍ମକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି। ଗୃହରେ କଂଗ୍ରେସ ଏକଥା ଉଠାଇବ। ଏହା ସହ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ୪୨ ଶହ କୋଟି ଟଙ୍କାର ହିସାବ ଦେବାକୁ ପଡ଼ିବ।

ବିଜେଡି ବିଧାୟକ କହିଛନ୍ତି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିରୋଧୀଙ୍କ ଠାରୁ ଗଠନମୂଳକ ସହଯୋଗ ଆଶା କରୁଛୁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଧାୟକ ଦଳ ବୈଠକରେ ଯାହା ନିର୍ଦ୍ଦେଶ ଦେବେ ସେହି ପ୍ରସଙ୍ଗ ଗୃହରେ ଉଠାଇବୁ ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button