ଓଡିଶା

ଆସନ୍ତା ୫ ଦିନ ପାଗ ଶୁଖିଲା – bajravana

[ad_1]

ଭୁବନେଶ୍ବର: ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆକାଶ ନିର୍ମଳ ଯୋଗୁଁ ଖରା ମଧ୍ୟ ଅଧିକ ହେବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ଅଳ୍ପବହୁତ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବା ତା’ଠାରୁ ଟିକେ ଅଧିକ ବର୍ଷା ‌ହୋଇପାରେ। ଫଳରେ ୧୪ ତ‌ାରିଖ ପୂର୍ବରୁ ଉପକୂଳ ଓଡ଼ିଶାରୁ ମୌସୁମୀ ଫେରିବା ସମ୍ଭାବନା କମ୍‌ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଡ. ପଶୁପାଳକ କହିଛନ୍ତି, ଆଜି ସକାଳେ ଲଘୁଚାପଟି ଉତ୍ତର-ପଶ୍ଚିମବଙ୍ଗ ଓ ସଂଲଗ୍ନ ବିହାର ଉପରେ ରହିଥିଲା। ଏହାର ପ୍ରଭାବ‌ରେ ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା (ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ା)ରେ ପାଗ ମେଘୁଆ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ବର ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଜଗତସିଂହପୁର, କଟକ, ଖୋର୍ଧା ଓ ପୁରୀରେ ୭ ଓ ୮ ତାରିଖରେ ହାଲୁକା ବର୍ଷା ହୋଇପାରେ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ଏବେ ଉତ୍ତର-ପଶ୍ଚିମ ପବନ ରାଜ୍ୟକୁ ବହୁଛି। ୧୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା କମ୍‌। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ଶୁଖିଲା ରହିବ। ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ଚଳିତ ବର୍ଷ ଉପକୂଳ ଓଡ଼ିଶାରୁ ୧୪ ତାରିଖ ଆଗରୁ ମୌସୁମୀ ଫେରିବାର ସଙ୍କେତ ମିଳୁନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button