ମନୋରଞ୍ଜନ

ଏହି କାରଣରୁ ନିମନ୍ତ୍ରଣ ପାଇ ବି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଯିବେନି ବିବେକ – bajravana

[ad_1]

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏହି ବଡ଼ ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକପ୍ରିୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ହେ‌ଲେ ନିମନ୍ତ୍ରଣ ପାଇ ବି ସେ ଅଯୋଧ୍ୟା ଯାଇପାରିବେ ନାହିଁ ବୋଲି ଜଣାଇଛନ୍ତି। ଏହା ସହ ରାମ ମନ୍ଦିରକୁ ଯାଇପାରୁନଥିବାରୁ ସେ କେତେ ଦୁଃଖୀ ତାହା ଜଣାଇଛନ୍ତି ବିବେକ।

ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରୁ ଅନେକ ଫୋନ କଲ୍ ପାଇ ମୁଁ ଆନନ୍ଦିତ ହୋଇଥିଲି। ଜଣେ ମହିଳା ମୋତେ ଫୋନ କରି ଭ୍ରମଣର ବିବରଣୀ ମାଗିଥିଲେ। ହେଲେ ଏହା ଅନ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ମୁଁ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଇପାରିବି ନାହିଁ। କାରଣ ମୁଁ ଜାନୁଆରି ୨୨ରେ କିଛି ଜରୁରୀ କାମ ପାଇଁ ଭାରତରେ ନଥିବି। କେବଳ ରାମଜୀ ଜାଣନ୍ତି ଯେ ମୁଁ କେତେ ଦୁଃଖିତ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button