ମନୋରଞ୍ଜନ

ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ରଜନୀ ସାରଙ୍କ ଷ୍ଟାରଡମ ଚାଲିଯିବ ନାହିଁ; ଏଭଳି କହି ଟ୍ରୋଲ ହେଲେ ବିଜୟ – bajravana

[ad_1]

ମୁମ୍ବାଇ: ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ସୁପରଷ୍ଟାର ରଜନୀ ସାରଙ୍କ ଷ୍ଟାରଡମ ଚାଲିଯିବ ନାହିଁ। ଏଭଳି କହି ଟ୍ରୋଲ ହେଲେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଖୁସିର ଏକ ପ୍ରମୋସନାଲ ଇଭେଣ୍ଟରେ ବିଜୟ, ରଜନୀକାନ୍ତ ଏବଂ ଚିରଞ୍ଜୀବୀଙ୍କ ପରି ସୁପରଷ୍ଟାରମାନଙ୍କୁ ସମର୍ଥନ କରିଥିଲେ ଏବଂ ସୁପରଷ୍ଟାର ଫ୍ଲପ ଫିଲ୍ମ ଦେଲେ ବି ତାଙ୍କ ଷ୍ଟାରଡମ ଓ କ୍ରେଜ୍ ଶେଷ ହୁଏ  ନାହିଁ ବୋଲି କହିଥିଲେ।

‌ସେ କହିଥିଲେ ଯେ, “ସୁପରଷ୍ଟାରମାନଙ୍କ ଷ୍ଟାରଡମ ସହିତ ହିଟ୍ ଏବଂ ଫ୍ଲପର କୌଣସି ସଂଯୋଗ ନାହିଁ। ରଜନୀ ସାର୍ ଲଗାତାର ୬ଟି ଫ୍ଲପ୍ ଫିଲ୍ମ ଦେଲେ ବି ‘ଜେଲର’ ପରି ଏକ ଫିଲ୍ମ ଆଣିବେ, ଯାହା ୫୦୦କୋଟି ଆୟ କରିବ। ଆମକୁ କେବଳ ମୁହଁ ବନ୍ଦ କରି ଦେଖିବା ଉଚିତ୍। ଚିରଞ୍ଜୀବୀ ସାର୍ ଲଗାତାର ଫ୍ଲପ ଫିଲ୍ମ ଦେଲେ ବି ଜଣେ ଭଲ ନିର୍ଦ୍ଦେଶକଙ୍କ ସହ କାମ କଲେ ସେ ପୁଣି କମାଲ କରିବେ। ଫିଲ୍ମ ଫ୍ଲପ ହେଲେ ବି ସୁପରଷ୍ଟାରମାନଙ୍କ କ୍ରେଜ୍ ସେମାନଙ୍କ ପ୍ରଶଂସକଙ୍କ ମନରୁ ଯାଏ ନାହିଁ। ”

ତେବେ ବିଜୟଙ୍କ ଏଭଳି ବୟାନ ପରେ ଏବେ ଥଲାଇବା ରଜନୀକାନ୍ତଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିଛନ୍ତି। ରଜନୀକାନ୍ତ କେତେବେଳେ ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପ୍ରଶଂସକ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ରଜନୀକାନ୍ତ ଫ୍ଲପ ଫିଲ୍ମ ଦେଇନାହାନ୍ତି। ଫିଲ୍ମ ଦରବାର ଓ ଆନ୍ନାତେ ଆଶାଠାରୁ କମ ଆୟ କରିଥିଲା ସତ। ହେଲେ ତାହା ଫ୍ଲପ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି, ସବୁ ପ୍ରସଙ୍ଗ ଉପରେ ତୁମର ମତାମତ ଦେବାର ଆବଶ୍ୟକତା ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button