ମନୋରଞ୍ଜନ

ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପାଇଁ ଯାଇପାରେ ବାବରଙ୍କ ଅଧିନାୟକତ୍ବ – bajravana

[ad_1]

ଇସଲାମାବାଦ: ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ୍ ଦଳ ବର୍ତ୍ତମାନ ଭାରତରେ ଆୟୋଜିତ ହୋଇଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଭାଗ ନେଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଜିତିଥିଲା। କିନ୍ତୁ ଏହା ପରେ ଦଳର ବିଜୟ ଧାରା ହ୍ରାସ ପାଇଛି। ପାକିସ୍ତାନକୁ ଲଗାତାର ତିନିଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପାକିସ୍ତାନର ବିଶ୍ୱକପ ୨୦୨୩ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମଧ୍ୟ କମ ହେବାରେ ଲାଗିଛି। ହେଲେ ଏବେ ବି ଦଳ ସେମିଫାଇନାଲ ପାଇଁ ଦୌଡ଼ରେ ରହିଛି।

ତେବେ ପାକିସ୍ତାନର ପ୍ରଦର୍ଶନକୁ ଦେଖି ପୂର୍ବତନ ଖେଳାଳିଙ୍କ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ବାବରଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି। ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ନୀରବତା ଭାଙ୍ଗିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ସଫଳତା ଏବଂ ପରାଜୟ ଖେଳର ଏକ ଅଂଶ। ଅଧିନାୟକ ବାବର ଆଜମ ଏବଂ ମୁଖ୍ୟ ଚୟନକର୍ତ୍ତା ଇନଜମାମ-ଉଲ-ହକଙ୍କୁ ଆଇସିସି ବିଶ୍ୱକପ ୨୦୨୩ପାଇଁ ଦଳ ଗଠନ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଏବଂ ସମର୍ଥନ ପ୍ରଦାନ କରାଯାଇଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ୱକପ୍‌ରେ ଦଳର ପ୍ରଦର୍ଶନକୁ ଆଧାର କରି ବୋର୍ଡ ପାକିସ୍ତାନ କ୍ରିକେଟ୍‌ର ସ୍ୱାର୍ଥରେ ନିଷ୍ପତ୍ତି ନେବ । ବର୍ତ୍ତମାନ ପର୍ଯ୍ୟନ୍ତ ପିସିବି ପ୍ରଶଂସକ, ପୂର୍ବତନ ଖେଳାଳି ଏବଂ ହିତାଧିକାରୀଙ୍କୁ ଦଳ ସହ ଛିଡ଼ା ହେବାକୁ ନିବେଦନ କରୁଛୁ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button