ଓଡିଶା

ବ୍ୟାୟାମ ସାରି ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ, ପୋଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ – bajravana

[ad_1]

ରାଉରକେଲା: ସାଙ୍ଗମାନଙ୍କ ସହ ବ୍ୟାୟାମ ସାରି ଗୁରୁବାର ସକାଳେ ଘରୁକୁ ଫେରୁଥିଲାବେଳେ ପୋଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଲେବରଟେନାମେଣ୍ଟ ନେତାଜୀନଗରର ରାହୁଲ ବେହେରା (୧୩)। ଉଦିତନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସନ୍ତୋଷ ବେହେରା ପରିବାର ସହ ନେତାଜୀ ନଗରରେ ରହନ୍ତି। ତାଙ୍କ ପୁଅ ରାହୁଲ ୯ମ ଶ୍ରେଣୀ ପଢ଼ନ୍ତି। ଆଜି ଭୋର ପ୍ରାୟ ୪ଟାରେ ରାହୁଲ ତାର ଦୁଇ ସାଙ୍ଗ ତନ୍ମୟ ଲୋହାର ଓ କୁନାଲ ବଡାଇଙ୍କ ସହ ବ୍ୟାୟାମ କରିବାକୁ ଉଦିତନଗର ଆର୍‌ଏମ୍‌ସି ସମ୍ମୁଖ ନେତାଜୀ ସୁବାସ ଚନ୍ଦ୍ର ବୋଷ ଫିଟ୍‌ନେସ୍‌ ପାର୍କକୁ ଆସିଥିଲେ। ବ୍ୟାୟାମ ସାରି ୬ଟାରେ ରିଂରୋଡ ଦେଇ ଘରକୁ ଫେରୁଥିଲେ। ଆଗରେ ତନ୍ମୟ ଓ କୁନାଲ ଚାଲିଥିଲେ। ପଛରେ ରାହୁଲ ଚାଲିଥିଲେ। ବିରଜାପାଲି ରିଂରୋଡ ପୋଲରେ ‌ଥିବା ଖାତରେ ଗୋଡ ପଡ଼ିଯିବାରୁ ତଳକୁ ପଡ଼ିଯାଇଥିଲେ। ହଠାତ୍‌ ଜୋର ଶବ୍ଦ ଶୁଣି ଆଗରେ ଯାଉଥିବା ତନ୍ମୟ ଓ କୁନାଲ ପଛକୁ ଚାହିଁଥିଲେ। ରାହୁଲଙ୍କୁ ନ ପାଇ ପୋଲ ତଳକୁ ଚାହିଁଥିଲେ।

ରାହୁଲ ତଳେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୁହେଁ ପାଟି କରିଥିଲେ। ସ୍ଥାନୀୟ ଲୋକ ରାସ୍ତାରୁ ରାହୁଲଙ୍କୁ ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button