ଖେଳ ଖବର

୩ୟ ଟି୨୦: ସୂର୍ଯ୍ୟକୁମାରଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଲକ୍ଷ୍ୟ ରଖିଲା ଭାରତ – bajravana

[ad_1]

ଜୋହାନର୍ସବର୍ଗ: ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ଶୁଭମନ ଗିଲ ଓ ତୀଳକ ବର୍ମାଙ୍କ ଓ୍ବିକେଟ ହରାଇଥିଲା । ତେବେ ଯଶସ୍ବୀ ଜୟସ୍ବାଲ ଓ ସୂର୍ଯ୍ୟକୁମାର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜୟସ୍ବାଲ ୪୧ ବଲ ଖେଳି ୬୦ ରନ କରିଥିବାବେଳେ ସୂର୍ଯ୍ୟ ୫୬ ଟି ବଲ ଖେଳି ଶତକ କରିଥିଲେ । ରିଙ୍କୁ ସିଂ ୧୪ ରନ କରିଥିଲେ । କିନ୍ତୁ ଶେଷ ଓଭରରେ ଭାରତ ବେଶ କେତୋଟି ଓ୍ବିକେଟ ହରାଇବା ଫଳରେ ରନ ଗତି କମିଯାଇଥିଲା । ଭାରତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୧ ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାଡ ଓ୍ବିଲିୟମ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବାବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲେ । ଏଣୁ ଆଜିର ମ୍ୟାଚ ଜିତିଲେ ସିରିଜ ହାତେଇବ ଦକ୍ଷିଣ ଆଫ୍ରିକା । ସେହିପରି ଭାରତ ଜିତିଲେ ସିରିଜ ଡ୍ର ହେବ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button