ମନୋରଞ୍ଜନ

ବିମାନବନ୍ଦରରେ ପ୍ରଶଂସକଙ୍କୁ ଧକ୍କା ଦେଇ ଟ୍ରୋଲ ହେଲେ ବବି ଦେଓଲ, ଭାଇରାଲ ହେଲା ଭିଡିଓ – bajravana

[ad_1]

ମୁମ୍ବାଇ: ଏବେ ବଲିଉଡ ଅଭିନେତା ବବି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଥିବା ତାଙ୍କ ଚରିତ୍ରକୁ ଓ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏତେ ଦିନ ପରେ ସଫଳତା ମିଳିବା ପରେ ବବି କାନ୍ଦି ପକାଇଥିବାର ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଜଣେ ପ୍ରଶଂସକଙ୍କୁ ଧକ୍କା ଦେଇ ଆଗକୁ ବଢ଼ୁଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି।

ସୂଚନା ମୁତାବକ, ଦିଲ୍ଲୀ ବିମାନବନ୍ଦରରୁ ବବିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତା ତରବର ହୋଇ ବିମାନବନ୍ଦର ଭିତରକୁ ଯାଉଥିବାର ନଜର ଆସିଛନ୍ତି | ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ଆସିବାରୁ ବବି ତାଙ୍କୁ ଠେଲି ଦେଇ ଆଗକୁ ପଜଳାଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିନେତାଙ୍କ ଏହି ଆଚରଣକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପାଇଁ ବବିଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ଏତେ ବର୍ଷ ପରେ ସଫଳତା ମିଳିବାରୁ ବବିଙ୍କ ଗର୍ବ ବଢ଼ିଯାଇଛି ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଅନ୍ୟଜଣେ ଲେଖିଛନ୍ତି, ୨ମିନିଟ ପାଇଁ ନଜର ଆସି ଏତେ ଗର୍ବ କ’ଣ ପାଇଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button