ଓଡିଶାନୂଆ ଆଲୋକ

ହଜି ଯାଇଥିବା ଭିନ୍ନକ୍ଷମ ଶିଶୁକୁ ପାଇ ନୂଆ ଆଲୋକ ତାର ପିତା ମାତାଙ୍କ ଜିମା ଦେଲା

ଯାଜପୁର -ସମାଜରେ କେତେ ଘଟଣ ଅଘଟଣ ଘଟୁଛି ତାହା କୁ ଆଖି ଆଗରେ ରଖି ଯେଉଁ ମାନେ କାମ କରୁଛନ୍ତି ବା ନିଜକୁ ସମର୍ପିତ କରୁଛନ୍ତି ତାହାଙ୍କୁ ଆମେ ସମାଜସେବୀ କହିବା । ଏଇ ଦୁଇ ଚାରିଦିନ ତଳେ ଜଣେ ଅସହାୟ ମଣିଷକୁ ଯାଜପୁର ର ଅନନ୍ୟ ସ୍ୱେଚ୍ଛା ସେବୀ ସଂଗଠନ ନୂଆ ଆଲୋକ ତାର ସେବା ଦେବା ପରେ , ଛତିଆ ସ୍ଥିତ ସେବକ ଆଶ୍ରମରେ ତାହାକୁ ଥଇଥାନ କରିଥିବାର ଜଣାପଡିଛି ।
ପୁନଶ୍ଚ ଆଜି ହରିପୁର ହାଟ ଠାରେ ଝଣେ ଭିନ୍ନକ୍ଷମ ପିଲା ସୁବାଶିଷ ସାମଲ( ୧୪) ହଠାତ ଦେଖା ଦେଇଥିଲା , ତାହାର ଆବ ଭାବରୁ ସେ କେଉଁଠୁ ପଳାଇ ଆସିଥିବା ଜଣା ପଡିଥିଲା । ଅନୁଷ୍ଠାନର ସଂପାଦକ ଜନ୍ମେଜୟ ମହାନ୍ତି (ରିଙ୍କୁ) ତାଙ୍କୁ ତାର ଘରଦ୍ୱାର ଠିକଣା ବୁଝିବାକୁ ଚାହିଁ ଥିଲେ ବି ସେ କହିବା ସମ୍ଭବ ହେଉନଥିଲା । ସେ ବାଳକ ଜଣକ ମୁକ ହେଲେ ବି ବଧିର ନଥିଲା । ତବେବେ ତାକୁ ଗାଡିରେ ବସାଇ ନେଲେ ବାଟ କହିଦେବା କଥା ପଚାରିଲାରୁ ମୁଣ୍ଡ ହଲାଇ ହଁ ମାରିଥିଲା । ଭୁଲ୍ ଠିକ ଏମିତି ବହୁ ଅସୁବିଧା ମଧ୍ୟରେ ପିଲାଟିକୁ ନେଇ ଯାଜପୁର ସନ୍ନିକଟ ରାମବାଗ ଥାନାର ନାହାପୁର ଗ୍ରାମରେ ପହଂଚିଥିଲେ । ଏଥି ପୂର୍ବରୁ ନୂଆ ଆଲୋକ ଅନୁଷ୍ଠାନ ଜିଲ୍ଲା ଶିଶୁ କଲ୍ୟାଣ ବିଭାଗ କୁ ମଧ୍ୟ ଏହି ବିଷୟରେ ଅବଗତ କରାଇ ଥିଲା । ଶିଶୁ କଲ୍ୟାଣ ବିଭାଗ ଉକ୍ତ କଥାକୁ ଥାନା ଆଦି ପ୍ରଶାସନକୁ ଅବଗତ କରାଇ ଥିଲା । ଆଇନ ଗତ ଦୃଷ୍ଟିରୁ ରାମବାଗ ପୋଲିସ ବିଟ ହାଉସ ରେ ପିଲା କୁ ନୂଆ ଆଲୋକ ପହଁଚାଇ ବା ପରେ ନାହାପୁର ଗ୍ରାମର ପିଲାର ପିତାମାତା ମଧ୍ୟ ସେଠାକୁ ଆସିଥିଲେ । ସପରିବାର ତାଙ୍କର ସନ୍ତାନକୁ ବହୁତ ଖୋଜା ଖୋଜି ଚଲାଇଥିଲେ । ପ୍ରଥମତଃ ଭିନ୍ନକ୍ଷମ , ଏଥି ସହିତ ମାନସିକ ସ୍ତରରେ ମଧ୍ୟ ପିଲାଟି ଦୁଃର୍ବଳ ଥିବାରୁ କିଛି ଜାଣି ନପାରି ଯେଉଁ ଆଡେ ପାରିଛି ସେ ଆଟକୁ ଚାଲି ଯାଉଥିଲା । ଇଶ୍ୱରଙ୍କ କୃପା ଫଳରେ ନୂଆ ଆଲୋକ ସଂଯୋଗରେ ଆସିଥିଲା । ଏହି ଖବରରେ ପିଲାଟିର ପରିବାର ଅତ୍ୟନ୍ତ ଖୁସିର ସହ ନୂଆ ଆଲୋକର ଏତାଦୃଶ କାର୍ଯ୍ୟକୁ ତାରିଫ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଶେଷରେ ଥାନାରେ ପିଲାର ଦାଦା ରାମବାଗ ପୋଲିସ ବିଟ୍ ହାଉସରେ ଆମେ ଆମ୍ଭ ପିଲାକୁ ସୁସ୍ଥ ଓ ସହଜରେ ପାଇଲୁ ବୋଲି ଲିଖିତ ଭାବେ ଦରଖାସ୍ତ ପ୍ରଦାନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button