ଅପରାଧ

ଗ୍ରାହକଙ୍କ ଅନବକ୍ସିଂ ଭିଡିଓ ଭାଇରାଲ ହେବା ପରେ ଆମାଜନର ସଫେଇ – bajravana

[ad_1]

ନୂଆଦିଲ୍ଲୀ: ଅନଲାଇନରେ ଜିନିଷପତ୍ର କିଣିବାର ଚାହିଦା ଦିନକୁ ଦିନ ଯେତିକି ମାତ୍ରାରେ ବୃଦ୍ଧି ପାଉଛି ଏହାକୁ ନେଇ ଠକେଇ ଓ ଅପରାଧ ସଂଖ୍ୟା ବି ବଢ଼ୁଥିବା ଦେଖିବାକୁ ମିଳୁଛି।

ନିକଟରେ ଜଣେ ଗ୍ରାହକ ମ‌ାଇକ୍ରୋବ୍ଲଗିଂ ସାଇଟ ଏକ୍ସରେ ଅନଲାଇନରୁ ଜିନିଷ କିଣିବାର ଅନୁଭବ ସେୟାର କରିଛନ୍ତି। ଉକ୍ତ ଗ୍ରାହକଙ୍କ ନାମ ୟଶ ଓଝା ବୋଲି ଜଣାପଡ଼ିଛି। ୟଶ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଯେଉଁଥିରେ ସେ ଦାବିର ସହ କହିଛନ୍ତି କି, ‘ସୋନି ଏକ୍ସବି୯୧୦ଏନ୍ ୱୟାରଲେସ ହେଡଫୋନ ପାଇଁ ଆମାଜନକୁ ୧୯,୯୦୦ଟଙ୍କା ପୈଠ କରିଥିଲି। କିନ୍ତୁ ଏହି ଅର୍ଡରର ପାର୍ସଲ ଯେତେବେଳେ ଘରେ ପହଞ୍ଚିଥିଲା ସେଥିରେ ଏକ ଲୋକପ୍ରିୟ କମ୍ପାନିର ଟୁଥପେଷ୍ଟ ଥିବା ମୁଁ ଦେଖିବାକୁ ପାଇଥିଲି।’

ୟଶ୍ ଆମାଜନ ଡେଲିଭରିର ଅନବକ୍ସିଂ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଠିକ ଅଛି, ମୁଁ ‌ସୋନି ଏକ୍ସବି୯୧୦ଏନ ଅର୍ଡର କରିଥିଲି କିନ୍ତୁ ମୋତେ ଟୁଥପେଷ୍ଟ ମିଳିଲା।’

 

ଗ୍ରାହକଙ୍କ ଏଭଳି ଅଭିଯୋଗ ପରେ ଆମାଜନ ସଫେଇ ଦେଇ କହିଛି କି, ଆପଣ କରିଥିବା ସଠିକ ଅର୍ଡର ଘରେ ପହଞ୍ଚି ନଥିବାରୁ ଆମେ ଦୁଃଖୀତ। ଏଥିରେ ଆମେ ଆପଣଙ୍କ ସାହାଯ୍ୟ କରିବାକୁ ଚାହୁଁଛୁ। ଦୟାକରି ଆପଣଙ୍କ ଡିଏମ୍ ସେଣ୍ଟିଙ୍ଗସ ଅପଡେଟ କରନ୍ତୁ। ଏଥିସହିତ ଆମ ସହିତ ଡିଏମ୍ ମାଧ୍ୟମରେ ଯୋଗାଯୋଗ କରନ୍ତୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button