ଅପରାଧ

ଧୋନିଙ୍କ ନାମରେ ସାଙ୍ଗ ମାମଲା ରୁଜୁ କରି ଦେଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥ‌ା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିରୋଧରେ ତାଙ୍କର ଦୁଇଜଣ ସାଙ୍ଗ ମାମଲା ରୁଜୁ କରିଛନ୍ତି।

ଧୋନିଙ୍କର ଦୁଇଜଣ ପୂର୍ବତନ ବିଜନେସ ପାର୍ଟନର ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିଛନ୍ତି। ଏହି ମାମଲା ବିଚାରପତି ପ୍ରତିଭା ଏମ ସିଂହଙ୍କ ସମକ୍ଷରେ ଜାନୁଆରି ୧୮ ତାରିଖରେ ଶୁଣାଶି ହେବାର ସୂଚନା ରହିଛି।

ଧୋନିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସାଙ୍ଗ ତଥା ପୂର୍ବତନ ବ୍ୟବସାୟୀ ମିହିର ଦିବାକର ଓ ତାଙ୍କ ସ୍ତ୍ରୀ ସୌମ୍ୟା ଦାସ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ‌ ଅଭିଯୋଗ କରି କ୍ଷତିପୂରଣ ପାଇଁ ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏଥିସହିତ ଖେଳାଳିଙ୍କ ପୂର୍ବତନ ବିଜନେସ ପାର୍ଟନର ମିହିର କହିଛନ୍ତି, ‘ଧୋନି ମୋ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ମୁଁ ଗ୍ରହଣ କରି ପାରୁନାହିଁ।  କୌଣସି ପ୍ରମାଣ ନଥାଇ ଧୋନି ମୋ ବିରୋଧରେ ଏଭଳି ଅଭିଯୋଗ କରିଥିବାରୁ ମୋର ମାନହାନୀ ହୋଇଛି।ଧୋନିଙ୍କୁ ଏପରି କରିବାର ନଥିଲା।’

ନିକଟରେ ଧୋନି ତାଙ୍କ ସାଙ୍ଗଙ୍କ ନାମରେ ଅଭିଯୋଗ କରି କହିଥିଲେ, ‘ ବ୍ୟବସାୟୀ ମିହିର ଦିବାକର ଓ ସୌମ୍ୟା ବିଶ୍ୱାସ ୨୦୧୭ରେ ଏକ ଚୁକ୍ତି କରିଥିଲେ କି ଭାରତ ଓ ବିଦେଶରେ ମୋ ନାଁରେ ଏକ କ୍ରିକେଟ ଏକାଡେମୀ ଖୋଲିବେ। ଚୁକ୍ତି ଅନୁସାରେ ଆରକା ସ୍ପୋର୍ଟସ ପ୍ରାଞ୍ଚାଇଜ ଫି’ ଓ ଲାଭର ଭାଗ ଦେବାକୁ ସ୍ଥିର ହୋଇଥିଲା।

ପରବର୍ତ୍ତୀ ସମୟରେ ମୋ ନାଁରେ ଏକାଡେମୀ ଖୋଲିଥିଲେ ହେଁ ମୋତେ କୌଣସି ପ୍ରକାର ଟଙ୍କା କିମ୍ବା ସୂଚନା ଦିଆଯାଇ ନଥିଲା। ଚୁକ୍ତିରେ ଥିବା ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ମୋତେ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button