ଅପରାଧ

ଅନଲାଇନରେ ତେଜରାତି ସାମଗ୍ରୀ ମାଗାଇଥିବା ଗ୍ରାହକଙ୍କ ଘରେ ପହଞ୍ଚିଲା ଦୁଇ ପ୍ୟାକେଟ ମଣିଷ ମଳ – bajravana

[ad_1]

ନୂଆଦିଲ୍ଲୀ: ଅନଲାଇନରେ ସାମଗ୍ରୀ କିଣିବାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନଲାଇନ ବ୍ୟବସାୟ ଗ୍ରାହକଙ୍କ ପାଇଁ ଯେତିକି ସୁବିଧା ଦେଉଛି ସେତିକି ଅସୁବିଧାରେ ବି ପକାଉଛି।

ଅନଲାଇନରେ ଗ୍ରାହକ ଜିନିଷ କିଣିବା ସମୟରେ ଗୋଟିଏ ଜିନିଷ ମଗାଉଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ବ୍ରିଟେନରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ‌ହୋଇଯିବେ।

ସୂଚନାଯୋଗ୍ୟ, ଇଂଲଣ୍ଡର ବ୍ଲାକବର୍ନରେ ରହୁଥିବା ୫୫ ବର୍ଷୀୟ ସ୍ମିଥ୍‌ ଅନଲାଇନ ଜରିଆରେ ୧୫ ହଜାର ଟଙ୍କା ମୂଲ୍ୟ ଦେଇ ତେଜରାତି ସାମଗ୍ରୀ ମଗାଇଥିଲେ। ସ୍ମିଥ ମଗାଇଥିବା ତେଜରାତି ସାମଗ୍ରୀ ଆସି ‌ଯେତେବେଳେ ଘରେ ପହଞ୍ଚିଥିଲା ଦୁର୍ଗନ୍ଧ‌ରେ ଘର ଭରିଯାଇଥିଲା।

ଏହି ଘଟଣାକୁ ନେଇ ସ୍ମିଥ୍‌ କହିଛନ୍ତି,‘ତେଜରାତି ସାମଗ୍ରୀ ମଗାଇଥିବା ପାର୍ସଲ ଆସି ଯେତେବେ‌ଳେ ଘରେ ପହଞ୍ଚିଥିଲା ଦୁର୍ଗନ୍ଧରେ ନିଶ୍ବାସ ନେବା ବି କଷ୍ଟ ହେଉଥିଲା। ମୁଁ କିଛି ବୁଝି ପାରୁ ନଥିଲି। ପ୍ୟାକେଟ ଖୋଲି ଦେଖିଲା ବେଳକୁ ସେଥିରେ ଥିଲା ମଣିଷମଳ। କମ୍ପାନି ମୋ ସହ ଏମିତି କ‌ାହିଁକି କରିଲା ମୁଁ କିଛି ବୁଝି ପାରୁନାହିଁ।

ଏହି ଘଟଣା ପରେ ମୁଁ କମ୍ପାନିକୁ ଫୋନ କରି ଏହାର ଜବାବ ମାଗିଥିଲି। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଟଙ୍କା ଫେରସ୍ତ ପାଇଁ ଦାବି ବି କରିଥିଲି।  ଏଥିରେ ବି କମ୍ପାନି ପକ୍ଷରୁ ଅନେକ ସମସ୍ୟାର ମୋତେ ସାମ୍ନା କରିବାକୁ ପଡ଼ିଥିଲା। ଏଭଳି ଏକ ଘୃଣ୍ୟ ଘଟଣା ପରେ ଅନଲାଇନ ବ୍ୟବସାୟ ଉପରୁ ମୋର ବିଶ୍ବାସ ଉଠିଯାଇଛି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button