ଅପରାଧ

ଜଟଣୀରେ ଚୋରା ବୋମା କାରଖାନା ଠାବ: ୪୦ କେଜି ବିସ୍ଫୋରକ ଜବତ – bajravana

[ad_1]

ବାଣ ଗୋଦାମରେ ଭିଡ଼ା ହେଉଥିଲା ବୋମା, ଗୋଦାମରୁ ଜଟଣୀ ସମେତ ଖୋର୍ଦ୍ଧା, ପିପିଲି ଓ ଡେଲାଙ୍ଗକୁ ଯାଇଛି ବିସ୍ଫୋରକ

ଭୁବନେଶ୍ବର/ଜଟଣୀ: ଜଟଣୀ ଥାନା ପୁଲିସ ହାତରେ ଏକ ୫ ଜଣିଆ ଡକାୟତ ଗ୍ୟାଙ୍ଗ୍‌ (ମଙ୍ଗୁଲ୍ ଗ୍ୟାଙ୍ଗ୍‌) ଧରା ପଡ଼ିବାର ଦିନକ ପରେ ହିଁ ସେହି ଜଟଣୀ ଅଞ୍ଚଳର ଏକ ବାଣ ଗୋଦାମରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ‘ଗ୍ରୀନ୍‌ କ୍ରାକର୍‌’ ରଖିବାଲାଗି ଅନୁମତି ପାଇଥିବା ସେ ଗୋଦାମଟି ପ୍ରକୃତରେ ବୋମା ତିଆରି କାରଖାନା ଭାବେ କାମ କରୁଥିଲା। ଉପରୋକ୍ତ ମଙ୍ଗୁଲ୍‌ ଗ୍ୟାଙ୍ଗ୍‌ ସହିତ ଏହି ବୋମା ତିଆରି କାରଖାନାର ସଂପର୍କ ରହିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି, ଡକାୟତ ଗ୍ୟାଙ୍ଗ୍‌ ଧରା ପଡ଼ିବା ଘଟଣାକୁ ଏକ ସାଧାରଣ ଅପରାଧିକ ମାମଲା ଭାବେ ଗ୍ରହଣ କରା ଯାଉଥିବାବେଳେ ବିସ୍ଫୋରକ ଜବତ ହେବା ଘଟଣାର ଖିଅ ନିର୍ବାଚନୀ ହିଂସା ସହିତ ଥାଇପାରେ ବୋଲି ଏକ ବଡ଼ ଆଶଙ୍କା ସୃଷ୍ଟି ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ରାଜଧାନୀ ଉପକଣ୍ଠସ୍ଥ ଜଟଣୀର ବଡ଼ନୂଆଗାଁରେ ଥିବା ଏକ ବାଣ ଗୋଦାମ ଉପରେ ଆଜି ପୁଲିସ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ‌ହୋଇଛି। ଜବତ ସାମଗ୍ରୀର ଓଜନ ୪୦ କେଜି ହେବବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଗୋଦାମର ମାଲିକ ବାଣ ବ୍ୟବସାୟୀ ଉମାକାନ୍ତ ଶତପଥୀକୁ ଗିରଫ କରାଯାଇଛି। ତା’ ବିରୋଧରେ ବିସ୍ଫୋରକ ଆଇନ ଅନ୍ତର୍ଗତ ଅନ୍ୟର ଜୀବନପ୍ରତି ବିପଦ ସୃଷ୍ଟିକାରୀ ବିସ୍ଫୋରକ ରଖିବା ଓ ବିସ୍ଫୋରକ ତିଆରି କରିବା ଭଳି ମାମଲା କରି ତା’କୁ କୋର୍ଟ ଚାଲାଣ କରା ଯାଇଛି। ଉମାକାନ୍ତ ବର୍ଷ ବର୍ଷ ଧରି ବିସ୍ଫୋରକ ତିଆରି କରି ଜଟଣୀ ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରିବା ସହ ସହର ବାହାରକୁ ମଧ୍ୟ ପଠାଉଥିଲା। ଏଥିସହ କିଛି ବଡ଼ ଅପରାଧୀଙ୍କ ସମେତ ଅଞ୍ଚଳରେ ଘଟିଥିବା ବିଭିନ୍ନ ବୋମାମାଡ଼ ଘଟଣାର ଅଭିଯୁକ୍ତଙ୍କୁ ସେ ବୋମା ଯୋଗାଇବା ଅଭିଯୋଗ ରହିଛି। ଆଗକୁ ନିର୍ବାଚନ ଆସୁଥିବାରୁ ୪୦ କେଜିର ଏହି ବିସ୍ଫୋରକ କେଉଁ ଉଦ୍ଦେଶ୍ୟରେ ବାଣ ଗୋଦାମ ଭିତରେ ରଖାଯାଇଥିଲା, ତାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଏହି ଗୋଦାମ ଭିତରୁ ସଲ୍‌ଫର୍‌, ପୋଟାସିୟମ୍‌ ନାଇଟ୍ରେଟ୍‌, ଗନ୍ ପାଉଡର୍‌ ସହ ବୋମା ଆଦି ତିଆରିରେ ବ୍ୟବହାର କରା ଯାଉଥିବା ଅନ୍ୟ ରାସାୟନିକ ପାଉଡର୍‌ ପୁଲିସ ଜବତ କରିଛି।

ଗିରଫ ବୋମା ଏକ୍ସପର୍ଟଠୁ ମିଳିଲା ସୂଚନା ଗତକାଲି ପୁଲିସ ହାତରେ ଜଟଣୀର ବେଣାପଞ୍ଜରୀ ଅଞ୍ଚଳରୁ ଏକ ୫ ଜଣିଆ ଡକାୟତ ଗ୍ୟାଙ୍ଗ୍‌ – ମଙ୍ଗୁଲ୍‌ ଗ୍ୟାଙ୍ଗ୍‌ ଧରା ପଡିଥିଲା। ଗିରଫ ହୋଇଥିବା ଡକାୟତଙ୍କ ଭିତରେ ସୁମନ୍ତ ପାତ୍ର ନାମକ ଜଣେ ଅଭିଯୁକ୍ତ ଥିଲା। ଅନ୍ୟ ମାରଣାସ୍ତ୍ର ସହିତ ତା’ ନିକଟରୁ ୫ଟି ବୋମା ମଧ୍ୟ ଜବତ ହୋଇଥିଲା। ସେହି ବୋମାକୁ ନେଇ ଜେରା କରିବା ସମୟରେ ସୁମନ୍ତ ପାଖରୁ ଏହି ଗୋଦାମର ଖିଅ ପୁଲିସ ପାଇଥିଲା। କୁହା ଯାଉଛି, ବୋମା ତିଆରି କରିବା ସୁମନ୍ତର ବାଁହାତର ଖେଳଭଳି! ଅତି ଅଳ୍ପ ସମୟ ଭିତରେ ସେ ବୋମା ତିଆରି କରିପାରେ। ଜବତ ବୋମାଗୁଡ଼ିକର ତିଆରି ସ୍ଥାନ ସଂପର୍କରେ ପୁଲିସ ପଚରାଉଚରା କରିବାବେଳେ ସୁମନ୍ତ ନିକଟରୁ ବାଣ ଗୋଦାମ ଉହାଡ଼ରେ ଥିବା ଉମାକାନ୍ତ ଶତପଥୀର ଚୋରା ଗୋଳା କାରଖାନାର ସୂଚନା ମିଳିଥିଲା।

ବଢ଼ିଗଲା ପୁଲିସର ମୁଣ୍ଡବ୍ୟଥା ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସାର ଇତିହାସ ରହିଛି। ଏଠାକାର ମୋଟ୍‌ ୨୦୫ଟି ମତଦାନ କେନ୍ଦ୍ରରୁ ୩୫ଟି ‘କ୍ରିଟିକାଲ୍‌’ ବୋଲି କମିସନରେଟ୍‌ ପୁଲିସ ଚିହ୍ନଟ କରିଛି। ସେହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନର ଠିକ୍ ପୂର୍ବରୁ ବିସ୍ଫୋରକ ସାମଗ୍ରୀ ମିଳିବା ଏକ ସଂଘାତିକ ଘଟଣା ବୋଲି କୁହା ଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଟଣୀ ସମେତ ରାଜଧାନୀର ଉପକଣ୍ଠର ଅନ୍ୟ ଏକାଧିକ ଅଞ୍ଚଳରେ ବେଶ୍ କିଛି ବାଣ ଗୋଦାମ ରହିଛି। ତା’ ଭିତରୁ କିଛି ଅନୁମତିପ୍ରାପ୍ତ ହୋଇଥିବାବେଳେ ଅନେକ ଚୋରାରେ ଚାଲିଛି। ବାଣ ରଖିବାକୁ ଅନୁମତି ପାଇଥିବା କିଛି ଗୋଦାମରେ ବାଣଭିଡ଼ା ହେଉଥିବାର ମଧ୍ୟ ପ୍ରମାଣ ରହିଛି। ତେବେ ଏହାକୁ ସ୍ଥାନୀୟ ପୁଲିସ କେବେ ଗୁରୁତର ସହିତ ନେବା ଦେଖା ଯାଇନାହିଁ। କେବଳ ଅଗ୍ନିକାଣ୍ଡ ବା ବିସ୍ଫୋରଣ ଭଳି କୌଣସି ଦୁର୍ଘଟଣା ଘଟିଲେ ହିଁ ପୁଲିସ ପକ୍ଷରୁ ଏହି ଗୋଦାମଗୁଡ଼ିକୁ ଯାଞ୍ଚ କରାଯାଏ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗିରଫ ଉମାକାନ୍ତ ପାଣିଗ୍ରାହୀ ଜେରା ସମୟରେ ପିପିଲି, ଡେଲାଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳର କିଛି ଗ୍ୟାଙ୍ଗ୍‌ ଓ ଲୋକଙ୍କୁ ବିସ୍ଫୋରକ ଯୋଗାଇଥିବା ମାନିଛି। ତେବେ ସେମାନେ ନିର୍ଦ୍ଦିଷ୍ଟ ଭାବେ କିଏ, ତା’କୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି। କିଛିଦିନ ତଳେ ଭୁବନେଶ୍ବରରେ ଏକ ଚୋରାବନ୍ଧୁକ ରାକେଟ୍‌କୁ କମିସନରେଟ ପୁଲିସ କାବୁ କରିଥିଲା। ସେହି ରାକେଟ୍‌ ମୁଙ୍ଗେରରୁ ଚୋରାବନ୍ଧୁକ ଆଣି ଓଡ଼ିଶାର ଅପରାଧୀଙ୍କୁ ଯୋଗାଉଥିଲା। ରାକେଟ୍‌ର ମାଷ୍ଟରମାଇଣ୍ଡ ଫେରାର ହୋଇ ଯାଇଥିବାବେଳେ ୨ଜଣ ସଦସ୍ୟଙ୍କୁ ଗିରଫ କରା ଯାଇଥିଲା। ୫ଟି ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ମଧ୍ୟ ଜବତ ହୋଇଥିଲା। ନିର୍ବାଚନ ସମୟରେ ଚୋରାବନ୍ଧୁକ ଜବତ ହେବା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା। ଏବେ ପୁଣି ଉପକଣ୍ଠ ଜଟଣୀ ଅଞ୍ଚଳରୁ ବିସ୍ଫୋରକ ମିଳିବା ଓ ବୋମା ତିଆରି କାରଖାନା ଠାବହେବା ସେହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ସୁପାରି କିଲର୍‌ଙ୍କ ଦ୍ବାରା ନିର୍ବାଚନ ସମୟରେ ବ୍ୟବହାର ପାଇଁ ଏହା ରଖା ଯାଇଥିଲା କି? ପୁଣି ପିପିଲି, ଡେଲାଙ୍ଗ ଓ ଜଟଣୀ ଅଞ୍ଚଳର ଯେଉଁ ଗ୍ୟାଙ୍ଗ୍‌ ଓ ଲୋକ ପୂର୍ବରୁ ଗୋଦାମ ମାଲିକଠାରୁ ବିସ୍ଫୋରକ ନେଇଛନ୍ତି, ସେମାନେ ତାହାକୁ ନିର୍ବାଚନରେ ବ୍ୟବହାର ପାଇଁ ନେଇଛନ୍ତି କି? ଏସବୁ ପ୍ରଶ୍ନ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି। କମିସନରେଟ ପୁଲିସର ହିସାବରେ ରାଜଧାନୀରେ ମୋଟ୍‌ ୧,୧୧୭ ଟି ମତଦାନ କେନ୍ଦ୍ର ରହିଛି। ତା’ ଭିତରୁ ୧୪୯ଟି ହେଉଛି ‘କ୍ରିଟିକାଲ୍’।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button