ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା: ଆକ୍ରମଣରେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଲା – bajravana
[ad_1]
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗ୍ରାମର ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ମାଡ଼ରେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ଜଣାପଡିଛି। ସୂଚନା ଅନୁସାରେ ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର କୋର୍ଟରେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଆଦେଶ ଜାରି କରାଯାଇଥିଲେ ମଧ୍ୟ ବଂଶୀଧର କୋର୍ଟରେ ହାଜର ହୋଇନଥିଲେ। ଫଳରେ ରବିବାର ସନ୍ଧ୍ୟାରେ ଅନନ୍ତପୁର ଫାଣ୍ଡି ଅଧିକାରୀ ଅନ୍ୟ କର୍ମଚାରୀମାନଙ୍କ ସହ ବଂଶୀଧରକୁ ଗିରଫ କରିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ବଂଶୀଧର ଓ ତାଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପୁଲିସର ମୋବାଇଲ ଛଡାଇ ରଖିବା ସହିତ ପୁଲିସକୁ ମାଡ଼ ମାରିବାରୁ ଜଣେ ପୁଲିସ କର୍ମଚାରୀଙ୍କ ହାତ ମଧ୍ୟ ଭାଙ୍ଗିଯାଇଥିଲା। ଖବର ପାଇ ସୋର ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆହତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇଥିବା ବେଳେ ପୁଲିସର ମୋବାଇଲ ଆଣିଥିଲେ। ଏହାଛଡା ପୁଲିସକୁ ହତା ଭିତରକୁ ପଶାଇ ନଦେବା ପାଇଁ ବାଡ଼ରେ ବିଦ୍ୟୁତ୍ ତାର ମଧ୍ୟ ସଂଯୋଗ ମଧ୍ୟ ସଂଯୋଗ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭିଯୁକ୍ତ ଗେଟ ବନ୍ଦ କରି ଘର ଭିତରେ ରହି କବାଟ ଖୋଲି ନଥିଲେ ଫଳରେ ପୋଲିସ କାହାକୁ ବି ଗିରଫ କରିନପାରି ଘଟଣା ସ୍ଥଳରୁ ଫେରି ଆସିଥିଲା ।
[ad_2]