ମନୋରଞ୍ଜନ

ବିମାନବନ୍ଦରରେ ସୁଟ୍‌କେସ୍‌ ଉପରେ ବସି ପୂରା ଟର୍ମିନାଲ୍‌ ବୁଲିଲେ ଶିଳ୍ପା; ଜାଣନ୍ତୁ ପୂରା କଥା… – bajravana

[ad_1]

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ବିମାନବନ୍ଦରର ଲୁକ୍‌ ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥାଏ। ଲୋକମାନେ ବି ଏହାକୁ ଦେଖିବାକୁ ଭାରି ଭଲପାଇଥାନ୍ତି। ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଷ୍ଟାର୍‌ମାନଙ୍କର ପୋଷାକରୁ ନେଇ, ଜୋତା, ଅଳଙ୍କାର ଓ ବ୍ୟାଗ୍‌ ଆଦିକୁ ଦେଖିବାରେ କେବେ ହେଳା କରନ୍ତି ନାହିଁ।

ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସଭିଙ୍କ ନଜର ରହିଛି ଶିଳ୍ପାଙ୍କ ଟ୍ରଲି ବ୍ୟାଗ୍‌ ଉପରେ। ଶିଳ୍ପା ସେ ବ୍ୟାଗ୍‌ ଉପରେ ବସି ବିମାନବନ୍ଦର ଭିତରେ ଗଡ଼ି ଗଡ଼ି ଯାଉଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ‘ସୁଟ୍‌କେସ୍‌ ନା ସ୍କୁଟର୍‌?’ ବୋଲି ପ୍ରଶ୍ନ ବି କରୁଛନ୍ତି।

ଆପଣ ବି ଭିଡିଓଟିକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହେବେ ଯେ ଶିଳ୍ପା ଏହି ବ୍ୟାଗ୍‌କୁ ବିମାନବନ୍ଦର ଟର୍ମିନାଲ୍‌ ଭିତରେ ଏକ ଗାଡ଼ି ପରି ଚଳାଇ ଗଡ଼ି ଗଡ଼ି ଯାଉଥିଲେ। ଶିଳ୍ପା ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓ‌ଟିକୁ ଦେଖିବା ପରେ ପ୍ରଶଂସକମାନଙ୍କ ମନରେ ଭିନ୍ନ ଭନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶିଳ୍ପା ଯାହାକୁ ସ୍କୁଟର୍‌ ଭଳି ଚଲାଉଛନ୍ତି ତାହା ହେଉଛି ‘ଏୟାର୍‌ହୁଇଲ୍‌’ ବ୍ରାଣ୍ଡ୍‌ର ଟ୍ରାଭେଲିଂ ବ୍ୟାଗ୍‌। ଏହାକୁ କମ୍ପାନି ‘ରାଇଡିଙ୍ଗ୍‌ ଲଗେଜ୍‌’ ନାମକରଣ କରିଛି।

‘ଏୟାର୍‌ହୁଇଲ୍‌’ ହେଉଛି ଏକ ଆମେରିକୀୟ ବ୍ରାଣ୍ଡ୍‌। ଏହି କମ୍ପାନି ଏହିଭଳି ଭିନ୍ନ ଭିନ୍ନ ଟ୍ରାଭେଲିଂ ବ୍ୟାଗ୍‌, ହୁଇଲ୍‌ ଚେୟାର୍‌, ସୁଟ୍‌କେସ୍‌ ଓ ଇ-ବାଇକ୍‌ ଆଦି ପ୍ରସ୍ତୁତ କରି ଗ୍ରାହକଙ୍କ ପସନ୍ଦ ହାସଲ କରିଛି । କମ୍ପାନି ଅନେକ ଦେଶରେ ତ‌ା’ର କାରବାର ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button