ମନୋରଞ୍ଜନ

ସମ୍ବଲପୁରରେ ‘ରାମ’କୁ ପ୍ରଦର୍ଶନ କରାଇ ନଦେବା ଅଭିଯୋଗକୁ ଖଣ୍ଡନ କଲେ ଅଭିନେତା ମନୋଜ ମିଶ୍ର – bajravana

[ad_1]

ଭୁବନେଶ୍ବର: ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି  ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ କରି ଚଲାଇ ନଦେବା ଘଟଣାରେ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯିବ ବୋଲି ଘୋଷଣା କରିଛି  ଓଡ଼ିଶା ପ୍ରଯୋଜକ ସଂଘ। ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ଓ ସଚ୍ଚିକାନ୍ତ ଜେନା ସୂଚନା ଦେଇଛନ୍ତି। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ମନୋଜ ମିଶ୍ର। ସେ କହିଛନ୍ତି ଯେ ମୁଁ କାହାକୁ ‘ରାମ୍’ ଫିଲ୍ମ ଦେଖିବାକୁ ମନା କରିନାହିଁ।‘ରାମ୍’ କାହିଁକି କୌଣସି ସିନେମାକୁ ବ୍ୟାନ୍ କରିବା ସପକ୍ଷରେ ମୁଁ ନାହିଁ। ମୁଁ କହିଦେଲେ କ’ଣ କୌଣସି ଫିଲ୍ମ ବ୍ୟାନ୍ ହୋଇଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥସହ ଏସବୁ ଘଟଣା ସଂପର୍କରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି। ‘କନକ ନ୍ୟୁଜ’କୁ ସାକ୍ଷାତକାର ଦେଇ ମନୋଜ ମିଶ୍ର କହିଥିଲେ ଯେ ମୁଁ ‘ମାଇଣ୍ଡ୍ ଗେମ୍’ର ରିରିଲିଜ୍ ପାଇଁ ବରଗଡ଼ ଯାଇଥିଲି। ସେଠାରୁ ସମ୍ବଲପୁର ଫେରିବା ବାଟରେ ବିଭିନ୍ନ ଗଣମାଧ୍ୟମରୁ ଫୋନ ପାଇ ଏସବୁ ଘଟଣା ବିଷୟରେ ଜାଣିବାକୁ ପାଇଛି। ମତେ ବ୍ୟାନ୍ କରିବା ବିଷୟରେ କେହି ମତେ ଜଣେଇ ନାହାନ୍ତି କି କୌଣସି ନୋଟିସ୍ ବି ମୁଁ ପ୍ରଯୋଜକ ସଂଘଠାରୁ ପାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ,  ସମ୍ବଲପୁରରେ ‘ରାମ’ ଚଳଚ୍ଚିତ୍ର ନ ଚଲେଇ ଦେବା ପାଇଁ ମନୋଜ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ପ୍ରଯୋଜକ ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବ୍ୟକ୍ତିଗତ ଝଗଡ଼ାରେ ବଳିପଡ଼ିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ନିର୍ମାତା ଅରିନ୍ଦମ ରାୟ। ଗତ ୨୦ ତାରିଖରେ ସାରା ଓଡ଼ିଶାରେ ଫିଲ୍ମ ରିଲିଜ୍ ହୋଇଥିଲା। ମାତ୍ର ମନୋଜଙ୍କ ସମର୍ଥକମାନେ ସମ୍ବଲପୁରରେ ଶୋ ବନ୍ଦ କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଅରିନ୍ଦମଙ୍କୁ ସିନେମାର ବିତରକ ଜଣାଇଥିଲେ। ଏହାପରେ ଅରିନ୍ଦମ ପ୍ରଯୋଜକ ସଂଘକୁ ଏନେଇ ଅବଗତ କରିଥିଲେ। ଅଭିଯୋଗ ନେଇ ଆଜି ସଂଘର ଜରୁରୀ ବୈଠକ ବସିଥିଲା। ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସଂଘ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି। ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button