ମନୋରଞ୍ଜନ

ସ୍ବାମୀଙ୍କ ସହ କଥା ହେବା ବେଳେ ଏହି କାରଣରୁ ଘର ଛାଡ଼ି ଚାଲିଯିବି ବୋଲି କହିଲେ ଅଙ୍କିତା – bajravana

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

ଅଙ୍କିତା, ବିକିଙ୍କୁ ଗୋଇଠା ମାରିଥିବା ବେଳେ ତାଙ୍କ ଉପରକୁ ଚପଲ ମଧ୍ୟ ଫିଙ୍ଗିଛନ୍ତି। ଅଙ୍କିତା ଓ ବିକି ପରସ୍ପର ପ୍ରତି କରୁଥିବା ବ୍ୟବହାରକୁ ନେଇ ତାଙ୍କ ସମ୍ପର୍କ ଶୀଘ୍ର ଭାଙ୍ଗିଯିବ ବୋଲି ଅନେକ ମତ ରଖିଛନ୍ତି। ଏମଧ୍ୟରେ ବିଗ୍ ବସରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଙ୍କିତା ଘର ଛାଡ଼ି ଚାଲିଯିବା କଥା କହୁଛନ୍ତି।

Bigg Boss 17: अंकिता लोखंडे ने लगाई विक्की जैन की क्लास, बोलीं- मैं घर छोड़ कर चली जाऊंगी अगर..

ତେବେ ସେ ବିକିଙ୍କ ପାଇଁ ନୁହେଁ ଅନ୍ୟ ପ୍ରତିଯୋଗୀଙ୍କ ଉପରେ ରାଗି ଏଭଳି କହିଥିବା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବିଗ୍ ବସର ପ୍ରତିଯୋଗୀ, ଯେଉଁମାନେ ବିକିଙ୍କଠାରୁ ବୟସରେ ସାନ ହୋଇ ବି ତାଙ୍କୁ ଅପମାନିତ କରୁଛନ୍ତି। ଏହାକୁ ସହି ନପାରି ଅଙ୍କିତା ବିକିଙ୍କୁ ସମସ୍ତଙ୍କ ପାଖରେ ଯାଇ ନବସିବାକୁ କହୁଛନ୍ତି। ଏହା ସହ ଯେଉଁମାନେ ତୁମକୁ ଅପମାନିତ କରୁଛନ୍ତି ସେମାନଙ୍କୁ ମୁଁ ଘରେ ଭର୍ତ୍ତି କରିବି ନାହିଁ ବୋଲି ବିକିଙ୍କୁ କହୁଛନ୍ତି ଅଙ୍କିତା। ଏହା ଶୁଣି ବିକି ଶାନ୍ତ ହେବାକୁ କହିବାରୁ ଅଙ୍କିତା କହୁଛନ୍ତି, ଯଦି ତୁମେ ସେମାନଙ୍କୁ ଘରକୁ ଡାକିବ ମୁଁ ଘର ଛାଡ଼ି ଚାଲିଯିବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button