ମନୋରଞ୍ଜନ

ହୃଦଘାତ ନେଲା ଲୋକପ୍ରିୟ ଟେଲି ଅଭିନେତା ଋତୁରାଜଙ୍କ ଜୀବନ, ‘ଅନୁପମା’ରେ ଆସୁଥି‌ଲେ ନଜର – bajravana

[ad_1]

ମୁମ୍ବାଇ: ହୃଦଘାତ ନେଲା ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ଜୀବନ। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍,  ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।

ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ଅମିତ ଭେଲ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ଏକ ମନୋରଞ୍ଜନଧର୍ମୀ ପୋର୍ଟାଲକୁ କହିଛନ୍ତି ଯେ, ହୃଦ୍‌ଘାତ ହେତୁ ଋତୁରାଜଙ୍କର ଦେହାନ୍ତ ହୋଇଛି। ଅଗ୍ନାଶୟ ରୋଗର ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହୃଦଘାତ ହେବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ”

ତେବେ ଲୋକପ୍ରିୟ ଟିଭି ସୋ’ ‘ଅନୁପମା’ରେ ଋତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ‘ଅନୁପମା’ ସହ ‘ୟେ ରିସ୍ତା କ୍ୟା କେହଲତା ହେ’ ଭଳି ଲୋକପ୍ରିୟ ଟିଭି ସୋ’ରେ ମଧ୍ୟ କାମ କରିଛନ୍ତି ଋତୁରାଜ। ହେଲେ ଏଭଳି ଅଭିନେତାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଶୁଣିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଋତୁରାଜ ସିଂଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ। ସେ ରାଜସ୍ଥାନର କୋଟାରେ ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଋତୁରାଜ ସିଂ ଦିଲ୍ଲୀରେ ତାଙ୍କର ପାଠପଢ଼ା ସମାପ୍ତ କରି ୧୯୯୩ରେ ମୁମ୍ବାଇ ଆସିବା ସହ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ଧାରାବାହିକ ବ୍ୟତୀତ ସେ ‘ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲହନିଆ’ ଭଳି ଲୋକପ୍ରିୟ ବଲିଉଡ ଫିଲ୍ମରେ ବି କାମ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button