ଓଡିଶା

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ – bajravana

[ad_1]

ହାଟଡିହି: ଦଶହରାରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ‌ହୋଇଛି। ମୃତ ବ୍ୟକ୍ତି ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳର ତରତରା ଗ୍ରାମର ଦୀପକ ସାମଲ (୩୦)।

ସୂଚନା ଅନୁସାରେ ତରତରା ଗ୍ରାମର ରତିକାନ୍ତ ସାମଲଙ୍କ ଏକ ମାତ୍ର ପୁଅ ଦୀପକ ସାମଲ ମଙ୍ଗଳବାର ବିଦ୍ୟୁତ ଆଘାତରେ ପ୍ରାଣହାନି ଘଟିଛି। ସେ ସବୁଠୁ ଶାନ୍ତ ସରଳ ସ୍ୱଭାବର ପିଲା ଥିଲେ। ଆଜି ସନ୍ଧ୍ୟାରେ କାଠିଆସରାସ୍ଥିତ ବାସଭବନକୁ ଯାଉଥିବା ସମୟରେ ଛିଣ୍ଡି ପଡିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ପବିତ୍ର ଦଶହରା ଭଳି ଏକ ଦିନରେ ଭଗବାନ ତାଙ୍କୁ ସମସ୍ତଙ୍କ ନିକଟରୁ ଛଡାଇନେଇ ଥିବାରୁ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବର ପାଇ ତରତରା, କାଠିଆସରା, ଛେନାପଦି, ଗୋପାଳପୁର, ଚୋରଗଡ଼ିଆ ପ୍ରଭୃତି ଗ୍ରାମର ଶତାଧିକ ବ୍ୟକ୍ତି, ସାଙ୍ଗସାଥି ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button