ଖେଳ ଖବର

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’: ଟସ୍‌ ଜିଣି ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଆଫଗାନିସ୍ତାନ – bajravana

[ad_1]

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ମ୍ୟାଚ୍‌’ରେ ଆଫଗାନିସ୍ତାନ ‘ଟସ୍‌’ ଜିଣି ପ୍ରଥମେ ଭାତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭର୍‌ରେ ୫ଟି ବଲ୍‌ ଖେଳି ଆଫଗାନିସ୍ତାନ କୌଣସି ୱିକେଟ୍‌ ନ ହରାଇ ୧ ରନ୍‌ ସଂଗ୍ରହ କରିଛି।

ଆଫଗାନିସ୍ତାନର ‌ଓପେନର୍‌ ଯୋଡ଼ି ଭାବେ ଖେଳୁଛନ୍ତି, ରହମନ୍‌ଉଲ୍ଲା ଗୁର୍‌ବାଜ୍‌ ଓ ଇବ୍ରାହିମ୍‌ ଜଦ୍ରାନ୍‌। ସେମାନଙ୍କୁ ବୋଲିଙ୍ଗ୍‌ କରୁଛନ୍ତି ଜସପ୍ରୀତ୍‌ ବୁମ୍‌ରା।

ଆଫଗାନିସ୍ତାନ ଟସ୍‌ରେ ବିଜୟୀ ହେବା ପରେ ଅଧିନାୟକ ହସ୍‌ମତୁଲ୍ଲା ଶାହିଦି କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ବ୍ୟାଟିଙ୍ଗ୍‌ ପାଇଁ ପଡ଼ିଆ ଅନୁକୂଳ ଥିବା ପରି ମନେହେଉଛି। ଭାରତକୁ ରନ୍‌ ସଂଗ୍ରହରୁ ‌ରୋକିବା ପାଇଁ ଆମର ବୋଲିଙ୍ଗ୍‌ ଭଲ ଅଛି।

ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ଦ୍ବିତୀୟରେ ବ୍ୟାଟିଙ୍ଗ୍‌ କରିବାକୁ ଅପେକ୍ଷା କରିଛୁ। ଏବେ ଭଲ ଭାବେ ବୋଲିଙ୍ଗ୍‌ କରିବା ସହିତ ତା’ଠାରୁ ଭଲ ବ୍ୟାଟିଙ୍ଗ୍‌ କରିବାକୁ ଚେଷ୍ଟା କରିବୁ। ଆଜିର ଟିମ୍‌ରେ ଅଶ୍ବିନୀଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ନିଆଯାଇଛି।

Image Courtesy of News18

ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଈଶାନ୍‌ କିଷନ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜସପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ।

ଆଜି ଆଫଗାନିସ୍ତାନ ଏକାଦଶରେ ଖେଳୁଛନ୍ତି: ରହମନ୍‌ଉଲ୍ଲା ଗୁର୍‌ବାଜ୍‌ (ୱିକେଟ୍‌ରକ୍ଷକ), ଇବ୍ରାହିମ୍‌ ଜଦ୍ରାନ୍‌, ରହମତ୍‌ ଶାହ, ହସ୍‌ମତୁଲ୍ଲା ଶାହିଦି (ଅଧିନାୟକ), ନାଜିବୁଲ୍‌ ଜଦ୍ରାନ୍‌, ମହମ୍ମଦ୍‌ ନବି, ଅଜାମତୁଲ୍ଲା ଓମାର୍‌ଜାଇ, ରଶିଦ୍‌ ଖାଁ, ମୁଜୀବ୍‌ ଉର୍‌ ରହମନ୍‌, ନବୀନ୍‌-ଉଲ୍‌-ହକ୍‌ ଓ ଫଜଲ୍‌ହକ୍‌ ଫାରୁକି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button