ଖେଳ ଖବର

୨୦୨୪ ଶେଷ ସୁଦ୍ଧା ସେଭେନ୍‌ ସମ୍ମିଟ୍‌ସ ଲକ୍ଷ୍ୟରେ ନୀଳାଚଳ – bajravana

[ad_1]

ଏଲ୍‌ବ୍ରସ୍‌ରେ ‘ସମ୍ବାଦ’ ଲୋଗୋ ସହ ନୀଳାଚଳ

ଭୁବନେଶ୍ବର: ନିକଟରେ ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ଏଲ୍‌ବ୍ରସ ଆରୋହଣ କରି ଫେରିଥିବା ଓଡ଼ିଆ ପୁଅ ନୀଳାଚନ ପରିଡ଼ା ବର୍ଷକ ମଧ୍ୟରେ ସେଭେନ୍‌ ସମ୍ମିଟ୍‌ସ ଶେଷ କରିବା‌ର ଲକ୍ଷ୍ୟ ରଖିଛନ୍ତି। ଏଥିସହ କୌଣସି ଏକ ମହାଦେଶୀୟ ଶୃଙ୍ଗର ଶୀର୍ଷରେ ୨୪ ଘଣ୍ଟା ବିତାଇ ଅନେକ କିଛି ନୂଆ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଭୁବନେଶ୍ବର ଯୁବକ। ଚଳିତ ବର୍ଷ ଡିସେମ୍ବରରେ ନୀଳାଚଳ ଦକ୍ଷିଣ ଆମେରିକାର ଆକନକାଗୁଆ (୬୯୬୧ ମିଟର) ଏବଂ ୨୦୨୪ ମାର୍ଚ୍ଚରେ ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଚଢ଼ି‌ବାର ଯୋଜନା ରଖିଛନ୍ତି। ଏଥିସହ ୨୦୨୪ ମଧ୍ୟରେ ୭ ମହାଦେଶର ୭ ଶୃଙ୍ଗ ଶେଷ କରିବେ ବୋଲି ଚିନ୍ତା କରିଛନ୍ତି। ‘ସମ୍ବାଦ’ ଏବଂ ‘ଆମ ଓଡ଼ିଶା’ର ସହଯୋଗରେ ଗତ ୧୬ ତାରିଖରେ ଏଲ୍‌ବ୍ରସରେ ଶୃଙ୍ଗରେ ପହଞ୍ଚିଥିବା ନୀଳାଚଳ ଫେରିବା ପରେ ଶନିବାର ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି କୃତଜ୍ଞତା ଜଣାଇଥିଲେ। ଦାରିଦ୍ର୍ୟ ସହ ସଂଘର୍ଷ କରି କଷ୍ଟସାଧ୍ୟ ପର୍ବତାରୋହଣକୁ ନିଜର ନିଶା କରିଥିବା ନୀଳାଚଳ ଗତ ବର୍ଷ ଅଗଷ୍ଟରେ କିଲିମାଞ୍ଜୋର ଆରୋହଣ କରି ସେଭେନ୍ ସମ୍ମିଟ୍ସ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ କିଲିମାଞ୍ଜୋର ଶୃଙ୍ଗରେ ୫୭୫ ଫୁଟ୍‌ର ଜାତୀୟ ପତାକା ଉଡ଼ାଇଥିଲେ। ଏତେ ବଡ଼ ପତାକା ଉଡ଼ାଇବାରେ ପ୍ରଥମ ବ୍ୟକ୍ତି ହୋଇଥିବା ନେଇ ସେ ଦାବି କରନ୍ତି। ଏଲ୍‌ବ୍ରସ ଆରୋହଣ ବେଳେ ଏକ ଦଳର ନେତୃତ୍ବ ନେଇଥିଲେ। ଏଥି‌ରେ ତାଙ୍କ ସହ ଆଉ ୪ ଜଣ ଯୁବ ପର୍ବତାରୋହୀଙ୍କୁ ସାମିଲ କରିଥିଲେ। ସମସ୍ତେ ସଫଳତାର ସହ ଏଲ୍‌ବ୍ରସ ଚଢ଼ି ଫେରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button