ଖେଳ ଖବର

ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ, ଦକ୍ଷିଣ ଆଫ୍ରିକାର ୫୫ ରନ ଜବାବରେ ଭାରତ ୧୫୩ରେ ଅଲଆଉଟ୍ – bajravana

[ad_1]

କେପଟାଉନ: ମ୍ୟାଚର ପ୍ରଥମ ଦିନରେ ହିଁ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି କେପଟାଉନ ଟେଷ୍ଟ । ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଆଉଟ୍ ହେବା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ୯୮ ରନରେ ଆଗୁଆ ରହିଛି ।

ଭାରତ ପକ୍ଷରୁ ବିରାଟ କୋହଲି ୪୬ ରନ କରିଥିବାବେଳେ ରୋହିତ ଶର୍ମା ୩୯ ରନ ଓ ଶୁଭମନ ଗିଲ୍ ୩୬ ରନ କରିଥିଲେ । କିନ୍ତୁ ଭାରତର ୭ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଏପରିକି ଶେଷ ୫ ଜଣ ବ୍ୟାଟ୍ସମ୍ୟାନ କୌଣସି ରନ ଯୋଡ଼ିପାରିନଥିଲେ ।

ଦକ୍ଷିଣ ଆଫ୍ରିକାର ୩ ଦ୍ରୁତ ବୋଲର କାସିଗୋ ରବାଡା, ଲୁଙ୍ଗି ଏନଗିଡି ଓ ନାଣ୍ଡ୍ରେ ବର୍ଗର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ଓ ଭାରତର ଜଣେ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମହମ୍ମଦ ସିରାଜ ଦକ୍ଷିଣ ଆଫ୍ରିକା ଟିମର ପ୍ରଥମ ୩ ବ୍ୟାଟ୍ସମ୍ୟାନ ଆଇଡେନ ମାର୍କରାମ, ଡିନ ଏଲଗାର ଓ ଟୋନି ଡି ଜୋର୍ଜିଙ୍କ ଓ୍ବିକେଟ ନେଇ ଆତଙ୍କ ଖେଳାଇଦେଇଥିଲେ । ସେହି ସମୟରେ ଦକ୍ଷିଣ ଆଫ୍ରିକାର ସ୍କୋର ମାତ୍ର ୧୧ ରନ ହୋଇଥିଲା । ସେହିପରି ଯଶପ୍ରୀତ ବୁମରା ଜିସାନ ଷ୍ଟଡ୍ସଙ୍କ  ଓ୍ବିକେଟ୍ ନେଇଥିଲେ । ପରବର୍ତ୍ତି ୩ଟି ପୁଣି ଥରେ ସିରାଜ ଦଖଲ କରିଥିଲେ । ଏହିପରଭାବେ ସିରାଜ ମୋଟ ୬ଟି ଓ୍ବିକେଟ ନେଇଥିଲେ । ବୁମରା ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ କେଲି ଭେରିଏନ ସର୍ବାଧିକ ୧୫ ରନ ଓ ଡେଭିଡ ବେଣ୍ଡିଙ୍ଗହାମ ୧୨ରନ କରିଥିଲେ ।  ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ଏକ ଇନିଂସ ଓ ୩୨ରନରେ ପରାସ୍ତ କରିଥିଲା ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button