ଖେଳ ଖବର

ଗୋଡ଼ ମୋଡ଼ି ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା – bajravana

[ad_1]

ମୁମ୍ବାଇ: ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ। ‘ଟସ୍‌’ ଜିଣିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଆହତ ହୋଇଛନ୍ତି। ଗୋଡ଼ ମୋଡ଼ି ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଏହା ଭାରତୀୟ ପ୍ରଶଂସକଙ୍କ ପାଇଁ ଭଲ ଖବର ନୁହେଁ। ସୁଚନା ମିଳିଛି ଯେ, ଆହତ ହେବା ପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡାକ୍ତରଖାନା ପଠାଯାଇଛି। ସେଠାରେ ତାଙ୍କର ସ୍କାନ କରାଯିବ ସହ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଆଉ ପଡ଼ିଆକୁ ଫେରିବେ ନାହିଁ। ଏହା ଭାରତ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହେବେ କି ନାହିଁଁ ସେ ପ୍ରଶ୍ନ ଏବେ ପ୍ରଶଂସକଙ୍କ ମନରେ ଉଠୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button