ଅପରାଧ

ଜାମିନରେ ଆସିଥିବା ଯୁବକଙ୍କୁ ଗୁଳି କରି ହତ୍ୟା: ସେପ୍ଟେମ୍ବରର ପ୍ରତିଶୋଧ ସେପ୍ଟେମ୍ବରରେ – bajravana

[ad_1]

ରାଜନୈତିକ, ବ୍ୟାବସାୟିକ ଶତ୍ରୁତାର ଖୋଳତାଡ଼

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ୨୦୨୧ ମସିହା ସମିତି ସଭ୍ୟ ଦୀପକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁ ଓରଫ ନୀରକୁ ଆଜି ଗୁଳି କରି ହତ୍ୟା କରାଯାଇଛି। ୪ ମାସ ତଳେ ସେ ଜାମିନ୍‌ରେ ଆସିଥିଲେ। ଗୁରୁବାର ସକାଳେ ଆଳତୁମା ଗାଁ ମାଳବନ୍ଧ ରେଳ ଓଭରବ୍ରିଜ୍ ନିକଟ ଆମ୍ବତୋଟା କଡ଼ରୁ ତାଙ୍କର ଗୁଳିବିଦ୍ଧ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ପୁଲିସ ଜବତ କରିଛି। ସକାଳେ ଶୌଚ ହେବାକୁ ଯାଇଥିବା କିଛି ଲୋକ ଏକ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ଏସ୍‌ପି ଜ୍ଞାନରଂଜନ ମହାପାତ୍ର, ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାତ ତ୍ରିପାଠୀ, ଆଇଆଇସି ଶରତ ଚନ୍ଦ୍ର ମହାଳିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ମୃତକଙ୍କ ପରିବାର ଲୋକ ବି ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରାହ୍‌ଣରେ ତୁମୁସିଂହା ଥାନା ପୁଟସାହି ଗାଁ ଶ୍ମଶାନରେ ନିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଗତବର୍ଷ ସେପ୍ଟେମ୍ବର ୨୪ ତାରିଖରେ ନିର ଓ ତାଙ୍କର କିଛି ସହଯୋଗୀ ବାରୁଆଁ (କା) ପଞ୍ଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏକ ଦେଶୀ ବନ୍ଧୁକରୁ ଦୀପକ ଉପରେ ଆଖିବୁଜା ଗୁଳି ବର୍ଷା କରାଯାଇଥିଲା। ପଣ୍ଡୁଆ ଫାଣ୍ଡି ଜାମୁଝରା ପାଖରେ ଦୀପକଙ୍କ ମୃତଦେହ ମିଳିଥିଲା। ନିର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲା। ୪ ମାସ ତଳେ ନିର ଜାମିନ୍‌ରେ ଆସି ବାଲି ଓ ପଥର ବ୍ୟବସାୟ ଚଳାଇଥିଲେ। ଗତକାଲି ସେ କୌଣସି କାମରେ କାମାକ୍ଷାନଗର ଆସିଥିଲେ। କିନ୍ତୁ ଆଜି ସକାଳେ ତାଙ୍କର ଗୁଳିବିଦ୍ଧ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡ ଓ ଛାତିରେ ଦୁଇଟି ଗୁଳି ବାଜିଥିବା ବେଳେ ମୁଣ୍ଡର ପଛପଟେ କ୍ଷତ ରହିଛି। ଭୋରୁ ଭୋରୁ ତାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ‌ପୂର୍ବତନ ସମିତି ସଭ୍ୟ ତଥା ଦୀପକଙ୍କ ସହଯୋଗୀ ହିଁ ନିରକୁ ମାରି ପ୍ରତିଶୋଧ ନେଇଥିବା ମୃତକଙ୍କ ଭାଇ ସର୍ବେଶ୍ବର ପୁଲିସ ନିକଟରେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button