ଅପରାଧ

ବିବାହର ୮ଦିନ ପରେ ପତ୍ନୀଙ୍କୁ ମାଡ଼ ମାରିଲେ ଲୋକପ୍ରିୟ ୟୁଟ୍ୟୁବର ବିବେକ ବିନ୍ଦ୍ରା – bajravana

[ad_1]

ନୋଏଡା: ପତ୍ନୀଙ୍କୁ ମାଡ଼ ମାରିଲେ ଅନ୍ୟକୁ ଜୀବନ ବଞ୍ଚିବାର ବାଟ ଦେଖାଉଥିବା ୟୁଟ୍ୟୁବର। ୟୁଟ୍ୟୁବରେ ନିଜକୁ ପ୍ରେରଣାଦାୟୀ ବକ୍ତା କହୁଥିବା ବିବେକ ବିନ୍ଦ୍ରା ନିଜ ପତ୍ନୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ସେ ବି ପୁଣି ବିବାହର ୮ଦିନ ପରେ। ଡିସେମ୍ବର ୬ରେ ବିବେକ, ୟାନିକାଙ୍କୁ ବିବାହ କରିଥିବା ‌ବେଳେ ଡିସେମ୍ବର ୧୪ରେ ସେ ନିଜ ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୋଏଡା ସେକ୍ଟର ୧୨୬ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ତାଙ୍କ ଶଳା ଅଭି‌ଯୋଗ ‌କରିଛନ୍ତି।

ଅଭିଯୋଗରେ କୁହାଯାଇଛି ଯେ, ଡିସେମ୍ବର ୧୪ରେ ବିବେକ ନିଜ ମା’ଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରୁଥିଲେ। ୟାନିକା ମଝିରେ ଆସି ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ବିବେକ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ। ଏମିତି କି ତାଙ୍କ ଫୋନ ମଧ୍ୟ ଭାଙ୍ଗି ଦେଇଥିଲେ। ଏହା ପରେ ତାଙ୍କୁ ରୁମ ଭିତରକୁ ନେଇ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ ବିବେକ। ଏଥିପାଇଁ ୟାନିକାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବା ଦେଖାଯାଇଛି।

ୟାନିକାଙ୍କର ଦିଲ୍ଲୀରେ ଚିକିତ୍ସା ଚାଲୁଥିବା ବେଳେ ତାଙ୍କ କାନର ପରଦା ଫାଟିଯିବାରୁ ତାଙ୍କୁ ଶୁଣିବାରେ ସମସ୍ୟା ହେଉଥିବା ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ପାଇବା ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି।

ଗତ କିଛି ଦିନ ହେବ ଲୋକପ୍ରିୟ ୟୁଟ୍ୟୁବର ସନ୍ଦୀପ ମାହେଶ୍ବରୀଙ୍କ ସହ ବିବାଦ କାରଣରୁ ଚର୍ଚ୍ଚାରେ ରହିଛନ୍ତି ବିବେକ। ବିବେକଙ୍କ କମ୍ପାନି କିଛି ଛାତ୍ରଙ୍କ ସହ ସ୍କାମ କରିଥିବାର ଭିଡିଓ ସନ୍ଦୀପ ନିଜ ୟୁଟ୍ୟୁବରେ ଅପଲୋଡ କରିବା ପରେ ବିବେକଙ୍କ ସହ ତାଙ୍କର ବିବାଦ ଆରମ୍ଭ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button