ଅପରାଧ

ଜେଲ ଯିବାକୁ ଇଚ୍ଛା ନଥିବାରୁ ଫେରାର ହେବାକୁ ଉଦ୍ୟମ କରିଥିଲି, ହେଲେ ଭାଙ୍ଗିଗଲା ଗୋଡ଼: ଦୁଷ୍କର୍ମକାରୀ – bajravana

[ad_1]

ନୂଆଦିଲ୍ଲୀ: କାନପୁର କକବନରେ ପୁଲିସ ଜିପରୁ ଡେଇଁ ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଦୁଷ୍କର୍ମକାରୀକୁ ମହଙ୍ଗା ପଡ଼ିଛି। ପଥରେ ଝୁଣ୍ଟି ପଡ଼ିବାରୁ ତାର ଗୋଡ଼ ଭାଙ୍ଗି ଯାଇଥିଲା, ଫଳରେ ପୁଲିସ ତାକୁ କାବୁ କରି ନେଇଥିଲା।

ସୂଚନାଯୋଗ୍ୟ, କକବନ ଗ୍ରାମରେ ରହୁଥିବା ସଲମାନ ଅହମ୍ମଦ ଜଣେ ୫ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଶିଶୁଙ୍କୁ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଥିଲା।

କକବନର ଏସଓ ଅଭିଳାଶ କୁମାର ମିଶ୍ରା କହିଛନ୍ତି, ଦୁଇଦିନ ତଳେ ବିଳମ୍ବିତ ରାତିରେ ଦୁଷ୍କର୍ମକାରୀକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସିଏଚସି ନିଆଁ ଯାଉଥିଲା। ହସ୍ପିଟାଲରୁ ପୁଣି ଥାନାକୁ ନିଆଯାଉଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ହେତୁ ପୁଲିସ ଜିପର ଗତିକୁ ମନ୍ଥର କରିବାକୁ ହୋଇଥିଲା। ଠିକ ଏହି ସମୟରେ ସଲମାନ ଜିପରୁ ଓହ୍ଲାଇ ଫେରାର ହେବାକୁ ଉଦ୍ୟମ କରୁଥିଲା।

୨୫-୩୦ ପାଦ ଯିବା ପରେ ଏକ ଗାଢ଼ାରେ ଦୁଷ୍କର୍ମକାରୀ ସଲମାନ ଝୁଣ୍ଟି ପଡ଼ିବାରୁ ତାର ଗୋଡ଼ ଭାଙ୍ଗି ଯାଇଥିଲା। ଯନ୍ତ୍ରଣା ହେବାରୁ ସେ ଆଉ ଚାଲି ପାରି ନଥିଲା। ଫଳରେ ପୁଲିସ ତାକୁ କାବୁ କରି ନେଇଥିଲା।  ଏଥିସହିତ ଫେରାର ହେବାକୁ ଉଦ୍ୟମ କରୁଥିବାରୁ ସଲମାନ ବିରୋଧରେ ୨୨୪ଧାରାରେ ମାମଲା ରୁଜୁ କରାଯାଇଛି।

ଏହି ଘଟଣାକୁ ନେଇ ସଲମାନ କହିଛି କି, ‘ଜେଲ ଯିବାକୁ ଇଚ୍ଛା ନଥିଲା। ହସ୍ପିଟାଲରୁ ପୁଣି ଜେଲ ନେଉଥିବା ବେଳେ ମୋତେ ଭୟ ଲାଗୁଥିଲା। ତେଣୁ ମୁଁ ଖସି ପଳାଇବାକୁ ଉଦ୍ୟମ କରୁଥିଲି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button