ଓଡିଶା

କିରଣ୍ଡୁଲ-କୋରାପୁଟ ରେଳଲାଇନରେ ପାହାଡ଼ ଧସିବା ଘଟଣା: ସ୍ଥିତି ସମୀକ୍ଷା କଲେ ଡିଆରଏମ୍‌ – bajravana

[ad_1]

କୋରାପୁଟ: କିରଣ୍ଡୁଲ-କୋରାପୁଟ ରେଳଲାଇନ୍‌ରେ ପାହାଡ ଧସିବା ଘଟଣାକୁ ୨୪ ଘଣ୍ଟା ପୁରିଛି। ଗତ ୨ ଦିନ ଧରି କୋରାପୁଟରୁ କିରଣ୍ଡୁଲକୁ ଭାୟା ଜଗଦଲପୁର ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଆସନ୍ତା ୨୪ ଘଣ୍ଟାରେ ରେଳ ଚଳାଚଳ କରିବା କଷ୍ଟକର ରହିଥିବାବେଳେ ବିଷମ ପଥ ପାଲଟିଛି କେକେ ଲାଇନ।

ଆଜି ୱାଲଟିୟର ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଓ ଅନ୍ୟ ବରିଷ୍ଟ ଅଧିକାରୀ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରି ଫେରିଥିବା ବେଳେ ସଫେଇ କାମରେ  ୨୨ଟି  ଜେସିବି ଓ ୧୮ଟି ଟିପର ନିୟୋଜିତ ହୋଇଛି। କୋରାପୁଟ ଜିଲ୍ଲା ମାନବର-ଜରଟି ଷ୍ଟେସନ ମଧ୍ୟରେ ରବିବାର ଭୋର ୩ଟାବେଳେ ଭୁସ୍ଖଳନ ଘଟି ରେଳ ପଥରେ ଅବରୋଧ ହୋଇଥିଲା। ବଡ଼ବଡ଼ ପଥରଗୁଡିକୁ ଫଠାଇବା ସକାଶେ ମେସିନ ନିୟୋଜିତ ହୋଇଥିବାବେଳେ ପାହାଡ ଧସି ପ୍ରାୟ ୧୮ ମିଟର ଉଚ୍ଚା, ପ୍ରାୟ ୧୮୦ ମିଟର ଲମ୍ବ ଓ ୫ମିଟର ଚଉଡାରେ ରେଳପଥ ଉପରେ ଅବଶେଷ ପଡ଼ି ରହିଛି। ଦିନରେ ଭଲ ପାଗ ରହିଥିବାରୁ କାର୍ଯ୍ୟ ହୋଇଥିବାବେଳେ ଅପରାହ୍ନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଉଦ୍ଧାର କାମରେ ବାଧା ସୃଷ୍ଟି ହୋଇଛି।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରେଳପଥରେ ଗାଡି ଚଳାଚଳ ସମ୍ଭବପର ନୁହେଁ ଆଶା ପ୍ରକାଶ ପାଇଛି। ରେଳ ଲାଇନରୁ ସଫେଇ କାମ ସାରିବାକୁ ଲକ୍ଷ ରଖାଯାଇଛି ବୋଲି  ବିଶାଖାପାଟଣା ଡିଆରଏମ ସୂଚନା ଦେଇଛନ୍ତି। ତେବେ୨୫ ତାରିଖରେ ରାଉରକେଲା ଛାଡୁଥିବା ରେଳ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ କୋରାପୁଟରେ ପର୍ଯ୍ୟନ୍ତ ଚଳାଚଳ କରିବ। ୨୬ ତାରିଖରେ କୋରାପୁଟରୁ ରାଉରକେଲା ପର୍ଯ୍ୟନ୍ତ ଆରମ୍ଭ ହେବ, ତେଣୁ କୋରାପୁଟ-ଜଗଦଲପୁର ମଧ୍ୟରେ ୨୬ ତାରିଖରେ କୌଣସି ରେଳ ସେବା ମିଳିବ ନାହିଁ।

ସେହିପରି ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ୨୫ରେ ଭୁବନେଶ୍ୱର ଛାଡି କୋରାପୁଟ ଯାଏ ଗଡ଼ିବ। ୨୬ରେ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆରମ୍ଭ ହେବାକୁ ରହିଥିବାରୁ କୋରାପୁଟ- ଜଗଦଲପୁର ମଧ୍ୟରେ ରେଳ ସେବା ବନ୍ଦ ରହିବ। ବିଶାଖାପାଟଣା-କିରାଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ ୨୫ ତାରିଖରେ ବିଶାଖାପାଟଣାରୁ ଛାଡି କୋରାପୁଟରେ ଅଟକିବ। ତେଣୁ ୨୬ରେ କୋରାପୁଟ-ଜଗଦଲପୁର ମଧ୍ୟରେ କୌଣସି ରେଳ ସେବା ନାହିଁ। ମଙ୍ଗଳବାର ବିଶାଖାପାଟଣା ଛାଡୁଥିବା ବିଶାଖାପାଟଣା-କିରଣ୍ଡୁଲ୍ ଟ୍ରେନ ଆରକୁ ଯାଏ ଚାଲିବ। ୨୬ ତରିଖରେ ଆରକୁରୁ ଏହି ଟ୍ରେନ ବିଶାଖାପାଟଣାକୁ ଫେରିବ। ସେହିପରି ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ହାୱାଡାରୁ ଟିଟଲାଗଡ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ୨୬ ତାରିଖ ଦିନ ଟିଟଲାଗଡରୁ ହାୱାଡାକୁ ଫେରିବ ବୋଲି ଡିଆରଏମ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button