ଓଡିଶା

କଂକ୍ରିଟ୍‌ ତତାଉଛି ଭୁବନେଶ୍ବର: ଆର୍ଦ୍ରଭୂମି, ଜଳାଶୟ କମୁଛି – bajravana

[ad_1]

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ତାପମାତ୍ରା ବଢ଼ିବାରେ ଲାଗିଛି। ତାପମାତ୍ରା ତୁଳନାରେ ଅଧିକ ଗରମ ମଧ୍ୟ ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋ‌ଇପଡ଼ୁଛି। ଗତକାଲି ଗତ ତିନିମାସ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ଦେଶରେ ଦ୍ବିତୀୟ ଓ ରାଜ୍ୟର ପ୍ରଥମ ଉତ୍ତପ୍ତ ସହର ଭାବେ ଉଭା ହୋଇଛି। ତେବେ କାହିଁକି ତାତୁଛି ଭୁବନେଶ୍ବର? କ’ଣ ହୋଇପାରେ କାରଣ? ବିଶେଷଜ୍ଞମାନେ ଦ୍ରୁତ ସହରୀକରଣକୁ ଦାୟୀ କରିଥିବା ବେଳେ ପଶ୍ଚିମ ଦିଗରୁ ବୋହୁଥିବା ଶୁଷ୍କ ବାୟୁ ଗତକାଲି ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ଥିବା ମତ ପ୍ରକାଶ ପାଇଛି।

ଗତକାଲି ସବୁଠାରୁ ଅଧିକ ଉତ୍ତପ୍ତ ହୋଇଥିଲା ରାଜଧାନୀ। ଏପ୍ରିଲ ମାସରେ ଏଭଳି ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ପ୍ରାକୃତିକ ନୁହେଁ ବରଂ ମନୁଷ୍ୟକୃତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଭୁବନେଶ୍ୱର ସହର ସମେତ ଉପକଣ୍ଠ ଅଞ୍ଚଳଗୁଡିକରେ କଂକ୍ରିଟ୍‌ ନିର୍ମାଣ ଆଶାତୀତ ଭାବରେ ବୃଦ୍ଧି ପାଇଛି। ଗୋଟିଏ ପଟେ କଂକ୍ରିଟ ଜଙ୍ଗଲ ବଢ଼ୁଥିବା ବେଳେ ଅନ୍ୟପଟେ ଆର୍ଦ୍ରଭୂମି ହ୍ରାସ ପାଇବାରେ ଲାଗିଛି। ଜଳ ଉତ୍ସଗୁଡ଼ିକ ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏକଦା ଜଳର ପ୍ରମୁଖ ଉତ୍ସ ଥିବା ଜାଗା ଏବେ ପୋତି ହୋଇଯାଇଛି। କେଉଁଠି ବେଆଇନ ନିର୍ମାଣ ହୋଇଥିବା ବେଳେ ଅନ୍ୟ କେଉଁଠି ଜଳାଶୟରେ ହୋଇଥିବା କୋଠାକୁ ପରବର୍ତ୍ତୀ ସମୟରେ ସ୍ବୀକୃତି ପ୍ରଦାନ କରାଯାଇଛି। ଏଭଳି ଭାବେ ଆର୍ଦ୍ରଭୂମି କମି କମି ଯାଉଥିବାରୁ ତାତି ବଢ଼ି ଚାଲିଛି। ସେହିଭଳି ସୁଉଚ୍ଚ ଅଟ୍ଟାଳିକା ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ଭୁବନେଶ୍ବର ସହର ଭିତରେ ବିଭିନ୍ନ ନିର୍ମାଣ ପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରୁଥିବା ବେଳେ ଉପକଣ୍ଠରେ ବିଡିଏ ସ୍ବୀକୃତି ଦେଉଛି। ଏହି ସବୁ ନିର୍ମାଣ ପାଇଁ ଏବେ ତାତି ବଢ଼ିବାରେ ଲାଗିଥିବା ମତ ପ୍ରକାଶ ପାଇଛି। ଏହା ସହିତ ଆଉ ଏକ ପ୍ରମୁଖ କାରଣ ହେଉଛି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ସଂଖ୍ୟା ଅନ୍ୟ ସହର ଠାରୁ ଅଧିକ। ଏଥିରୁ ନିର୍ଗତ ଧୂଆଁ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ହୋଇଛି। ତ‌େବେ ଗତକାଲି ହଠାତ୍‌ ତାପମାତ୍ରା ବଢ଼ିବା ନେଇ ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଭୁବନେଶ୍ୱରରେ ପବନର ଦିଗ ଗତକାଲି ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ ରହିଥିଲା। ପଶ୍ଚିମ ଦିଗରୁ ଯେଉଁ ପବନ ବୋହୁଥିଲା ତାହା ଶୁଷ୍କ। ଏହି ଶୁଷ୍କ ପବନ ସୂର୍ଯ୍ୟରଶ୍ମିକୁ ଆହୁରି ତୀବ୍ର କରିଦିଏ। ଗୋଟିଏ ପଟେ ସହରୀକରଣ ଜନିତ ତାପମାତ୍ରା ବୃଦ୍ଧି ଓ ଏହି ସୂର୍ଯ୍ୟରଶ୍ମିର ତୀବ୍ରତା ଭୁବନେଶ୍ବରକୁ ତତଲା ପିଣ୍ଡ କରି ଦେଇଥିଲା।

ସେହିଭଳି ନୟାଗଡ଼ରେ ତାପମାତ୍ରା ବୃଦ୍ଧି ପାଇଁ ପବନର ଦିଗ ଅତ୍ୟନ୍ତ ସହାୟକ ଥିଲା। ସକାଳ ୮ଟା ୩୦ ପରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା। କିନ୍ତୁ ୨/୩ ଦିନ ଧରି ରାଜଧାନୀ ଠାରୁ ଅଧିକ ତାପମାତ୍ରା ରହୁଥିଲା। ଗତକାଲି ଏହି ବୃଦ୍ଧିରେ ହ୍ରାସ ଘଟିଥିଲା। ସେହିଭଳି କଟକରେ ମଧ୍ୟ ଦିନ ତମାମ ଦକ୍ଷିଣ ପଶ୍ଚିମ, ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହୋଇଥିଲା, ଯାହାକି ତାପମାତ୍ରା ବୃଦ୍ଧି ପାଇଁ ଅତ୍ୟନ୍ତ ସହାୟକ। କିନ୍ତୁ ଏହା ସତ୍ତ୍ବେ ଭୁବନେଶ୍ୱର ଠାରୁ କଟକରେ ତାପମାତ୍ରା କମ୍‌ ରହିଥିଲା। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର-ପଶ୍ଚିମ ବାୟୁ ସହର ଭିତରେ ଧିମା ହୋଇଯାଉଛି। ଭୁବନେଶ୍ବରରେ କଂକ୍ରିଟ୍‌ ଜଙ୍ଗଲ ଯୋଗୁ ପଶ୍ଚିମା ବାୟୁ ବୋହିବା ସୁବିଧା ନାହିଁ। ଗତକାଲି ପବନର ବେଗ ଏମିତି ବି ଧିମା ଥିଲା। ଜଳାଶୟ ନାହିଁ। ଗଛବୃକ୍ଷ ବି ନାହିଁ। ରାସ୍ତାରୁ ଉତ୍ପନ୍ନ ତାତି ଓ ଗାଡ଼ିର ଧୂଆଁରୁ ବାହାରୁଥିବା ତାତି ଭୁବନେଶ୍ବରକୁ ତତଲା କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button