ଅପରାଧ

ପୁଣି ଥରେ ଖିଚିଂର ଐତିହାସିକ ମା’ କିଚକେଶ୍ୱରୀ ମନ୍ଦିରରୁ ହୁଣ୍ଡି କାଟି ଚୋରି କଲେ ଦୁର୍ବୃତ୍ତ – bajravana

[ad_1]

ସିଙ୍ଗଡ଼ା/କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ୱରୀ। ମା’ କିଚକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ। ଗତକାଲି ବିଳମ୍ବିତ ରାତ୍ରରେ ଖିଚିଂର ଏହି ଐତିହାସିକ  ମନ୍ଦିରରେ ଥିବା ମୁଖ୍ୟ ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।  ମୁଖ୍ୟ ହୁଣ୍ଡିରେ ଟଙ୍କା ସହିତ ସୁନାଗହଣା ଦେଇଥାନ୍ତି ଭକ୍ତ। ପରିଛା ଅଜୟ ସାହୁ ଚୋରି ଘଟଣା ବିଷୟରେ ସକାଳେ ରରୁଆଁ ପୁଲିସ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଖିଚିଂ ମନ୍ଦିରରେ ୪-୫ ମାସ ମଧ୍ୟରେ ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଛୋଟ ବଡ଼ ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି। ରରୁଆଁ ପୁଲିସ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଖିଚିଂ ମନ୍ଦିର ସେବାୟତ ଏବଂ  ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଖିଚି° ମନ୍ଦିର ପରିଛା ଅଜୟ ସାହୁ କମିଟି ଗତ ଅଗଷ୍ଟ ମାସରେ ହୁଣ୍ଡିରେ ଥିବା ଦାନ ପ୍ରାୟ ୫ ଲକ୍ଷ ଟଙ୍କା କାଢି ନେଇଥିଲେ। ବର୍ତ୍ତମାନ ବର୍ଷା ଦିନ ଥିବାରୁ ମନ୍ଦିରକୁ ସେମିତି ଭକ୍ତଙ୍କ ଆଗମନ ହୁଏ ନାହିଁ ଏବଂ ଅଧିକ ଦାନ ଅର୍ଥ ନ ଥାଇପାରେ ବୋଲି ସେ ରରୁଆଁ ପୁଲିସକୁ ସୂଚନା ଦେଇଛନ୍ତି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ କହିଛନ୍ତି।

ଗତ ଫେବ୍ରୁଆରି ୧୧ ତାରିଖ ଦିନ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। ତେବେ ମନ୍ଦିର ପ୍ରଶାସନ ଏଦିଗରେ ଅଥିକ ଯତ୍ନବାନ ହେବାକଥା । ପୁଣି ମନ୍ଦିରରେ ଲାଗିଥିବା ସି. ସି. କ୍ୟାମେରା ଅଚଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ମନ୍ଦିରର ପ୍ରଶାସକ ତଥା ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଘଟଣାସ୍ଥଳକୁ ଯାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button