ମନୋରଞ୍ଜନ

ଭାରତର ବିବାଦୀୟ ମାନଚିତ୍ର ସେୟାର କରିବା ପରେ ମୁହଁ ଖୋଲିଲେ ଗାୟକ ଶୁଭନୀତ ସିଂହ – bajravana

[ad_1]

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଖଲିସ୍ତାନୀ ବିବାଦ ମଧ୍ୟରେ କାନାଡାର ଜଣେ ପଞ୍ଜାବୀ ରାପର୍ ଏବଂ ଗାୟକ ଶୁଭନୀତ ସିଂହଙ୍କ ମୁମ୍ବାଇ କନସର୍ଟକୁ ବାତିଲ କରାଯାଇଥିଲା।

କାରଣ କିଛି ଦିନ ତଳେ ସେ ସୋସିଆଲ ମିଡିଆରେ ଭାରତର ଏକ ବିବାଦୀୟ ମାନଚିତ୍ର ସେୟାର କରିଥିଲେ । ଏଥିରେ ପଞ୍ଜାବ, ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଦେଖାଯାଉ ନଥିଲା । ଏହି କାରଣରୁ ଶୁଭ ଖଲିସ୍ତାନ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା। ଏପରିକି କ୍ରିକେଟ ଖେଳାଳି ବିରାଟ କୋହଲି ଇନଷ୍ଟାଗ୍ରାମରେ ଶୁଭଙ୍କୁ ଅନଫଲୋ କରିଥିଲେ ।

ଏହି ବିବାଦ ପରେ ପଞ୍ଜାବୀ ରାପର୍ ଏବଂ ଗାୟକ ଶୁଭନୀତ ସିଂହ ପ୍ରଥମଥର ମୁହଁ ‌ଖୋଲିଛନ୍ତି। ଶୁଭନୀତ କହିଛନ୍ତି, ‘ଭାରତ ହେଉଛି ମୋ ଦେଶ… ଆଉ ପଞ୍ଜାବ    ମୋର ରକ୍ତରେ ରହିଛି। ପଞ୍ଜାବୀମାନେ ଭାରତର ସ୍ବାଧୀନତା ପାଇଁ ବଳିଦାନ ଦେଇଛନ୍ତି।

ବିବାଦରେ ଥିବା  ମାନଚିତ୍ର ମୁଁ କୌଣସି ଉଦ୍ଦେଶ୍ୟ ରଖି ସେୟାର କରିନାହିଁ। ରାଜ୍ୟରେ ବିଜୁଳି ଓ ଇଣ୍ଟରନେଟ ବନ୍ଦ ହେବାର ଖବର ମିଳିଥିଲା। ଏଥିପାଇଁ ମୁଁ ସମସ୍ତଙ୍କୁ ପ୍ରାର୍ଥନା କର ବୋଲି କହି ମାନଚିତ୍ର ସେୟ‌ାର କରିଥିଲି। ’’

ବିବାଦୀୟ ମାନଚିତ୍ର ସେୟାର କରିବା ପରେ ମୋର ଭାରତଗସ୍ତକୁ ରଦ୍ଦ କରାଯାଇଥିଲା। ଯାହାକି ‌ମୋ‌ତେ ବହୁତ କଷ୍ଟ ଦେଇଛି। କାରଣ ମୁଁ ଭାରତରେ ଆୟୋଜିତ ହେବାକୁ ଥିବା କନସର୍ଟ  ପାଇଁ ୨ମାସ ପୂର୍ବରୁ ବହୁତ ପରିଶ୍ରମ କରିଛି। ମୁଁ ମୋ ଦେଶରେ ମୋର ଲୋକଙ୍କ ସାମ୍ନାରେ ପ୍ରଦର୍ଶନ କରିବାକୁ ଖୁବ ଉତ୍ସାହିତ ଥିଲି।

ମୁମ୍ବାଇ ସମେତ ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସମେତ ୧୨ଟି ସହରରେ ତାଙ୍କର ସମସ୍ତ କନସର୍ଟ ବାତିଲ କରାଯାଇଥିଲା ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ ବୁକ୍ ମାଇଁ ସୋ ଜରିଆରେ ଏହି ସୂଚନା ଦିଆଯାଇଥିଲା।ଏହି ସୋ’ ରଦ୍ଦ ହେବାପରେ ୭ରୁ ୧୦ ଦିନ ମଧ୍ୟରେ ଦର୍ଶକଙ୍କ ଟିକେଟ ସମ୍ପୂର୍ଣ୍ଣ ଫେରସ୍ତ କରିଦିଆଯିବ ବୋଲି ବି କମ୍ପାନି ପକ୍ଷରୁ କୁହାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button