ଅପରାଧ

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀଙ୍କ ହୃଦଘାତରେ ଉଡ଼ିଗଲା ପ୍ରାଣବାୟୁ – bajravana

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇସ୍ଥିତ ଠାଣେରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ସ୍ବାମୀ ହୃଦଘାତର ଶିକାର ହେବାରୁ ତାଙ୍କର ବି ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କୁମ୍ଭାରଗଳି ପରିସରରେ ଲୋକମାନେ ଦିଲୀପ ସାଲବିଙ୍କ ଘର ଭିତରୁ ହଠାତ ଗୁଳିଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ। ଗୁଳିଶବ୍ଦ ଶୁଣି ଘର ଆଖପାଖରେ ରହୁଥିବା ଲୋକେ ସାଲବିଙ୍କ ଘରେ ପହଞ୍ଚିବା ପରେ ଦମ୍ପତ୍ତିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପଡ଼ିଶାରଲୋକେ ପୁଲିସକୁ ଖବର ଦେଇ ଘଟଣା ବିଷୟରେ ଜଣାଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଡିସିପି ଗଣେଶ ଗାବଡେ କହିଛନ୍ତି, ‘ଘଟଣା ବାସ୍ତବରେ କ’ଣ ଘଟିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। କିଏ କାହା ଉପ‌ରେ ଗୁଳି ଚଲାଇଛି ଯାଞ୍ଚ ଚାଲୁଛି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ।  ଯାଞ୍ଚ ଶେଷହେଲା ପରେ ଯାଇ ଘଟଣା ବିଷୟରେ କିଛି କୁହାଯାଇପାରିବ। ଏଥିସହିତ ବ୍ୟବଚ୍ଛେଦ ରିପୋର୍ଟକୁ ବି ଅପେକ୍ଷା କରାଯାଇଛି।

ସ୍ଥାନୀୟ ସୂତ୍ରରୁ ପ୍ରକାଶ, ଦିଲୀପ ସ୍ତ୍ରୀଙ୍କୁ ଦୁଇଥର ଗୁଳି କରିଥିଲେ। ଏହାପରେ ରକ୍ତ‌ାକ୍ତ ଅବସ୍ଥାରେ ପ୍ରମିଳା ଚଟାଣରେ ତଳେ ପଡ଼ିଥିଲେ ଆଉ ତାଙ୍କ ପ୍ରାଣବାୟୁ ଉଡ଼ି ଯ‌ାଇଥିଲା। ଏହି ଘଟଣାର କିଛି ସମୟ ପରେ ସ୍ବାମୀ ଦିଲୀପଙ୍କ ହୃଦଘାତ ହୋଇଥିଲା। ଆଉ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button