ଅପରାଧ

ନିଶା ଦେଇ କେନ୍ଦ୍ରାପଡ଼ା କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣା: ବ୍ୟବସାୟୀ ସମେତ ୩ ଜଣ କରିଥିଲେ ଗଣଦୁଷ୍କର୍ମ – bajravana

[ad_1]

ବ୍ୟବସାୟୀ ସମେତ ୩ ଜଣ କରିଥିଲେ ଗଣଦୁଷ୍କର୍ମ

କେନ୍ଦ୍ରାପଡ଼ା/ଗରଦପୁର: ଗଦରପୁର ବ୍ଲକ୍‌ କୋରୁଆ ଅ˚ଚଳର ଏକ ପ୍ରତିଷ୍ଠିତ କଲେଜର ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ ଘଟଣା ନୂଆ ମୋଡ଼ ନେଇଛି। ପୀଡ଼ିତାଙ୍କୁ ଦୁଷ୍କର୍ମ ଉଦ୍ୟମ ନୁହେଁ ବର˚ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। କୁଦାନଗରୀ ଥାନା ପୁଲିସ ଆଜି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ପୂର୍ବରୁ ଆଉ ଜଣେ ନାବାଳିକା ଅଭିଯୁକ୍ତଙ୍କୁ ଧରି ସ୍ବଧାର ଗୃହକୁ ପଠାଇ ଦେଇଥିଲା। ମୋଟ ଉପରେ ଏହି ଘଟଣାରେ ଚାରି ଜଣ ଧରାପଡ଼ିଥିବା ବେଳେ ଆହୁରି ଅନେକଙ୍କ ସ˚ପୃକ୍ତି ଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଦେବାଶିଷ ପଣ୍ତା ସୂଚନା ଦେଇଛନ୍ତି।

ଆଜି ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଉଛନ୍ତି ଆଠଗଡ଼ ଗଦାସାହିର ସୂର୍ଯ୍ୟକାନ୍ତ ସାହୁ, କଟକ କାଫଲା ବଜାରର ସତ୍ୟର˚ଜନ ସାହୁ ଏବ˚ ଜଗତସି˚ହପୁର ମୁରୁଣିଆ ଅ˚ଚଳର ଲଜି˚ ମ୍ୟାନେଜର‌୍‌ ର˚ଜିତ୍‌ ସ୍ବାଇଁ। ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଘଟଣାର ମାଷ୍ଟରମାଇଣ୍ତ୍‌ ଏବ˚ ଅନ୍ୟ ଦୁଇ ଅଭିଯୁକ୍ତ ତାର ସହଯୋଗୀ ଥିଲେ ବୋଲି ପୁଲିସ କହିଛି। ଗତ ୧୮ତାରିଖରେ ପୀଡ଼ିତା କୁଦାନଗରୀ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ପାଟକୁରା ଥାନା ଅ˚ଚଳର ଏହି ପୀଡ଼ିତା ଅଭିଯୋଗରେ ଦର୍ଶାଇଥିଲେ ଯେ ନିଶା ଦେଇ କଲେଜ କମନରୁମ୍‌ରୁ ତାଙ୍କୁ ଉଠାଇ ନିଆଯାଇଥିଲା। ସହପାଠିନୀ ତାଙ୍କୁ ଥଣ୍ତାରେ ନିଶା ଦେଇଥିଲେ ଏବ˚ ତାର ତଥାକଥିତ ଦୁଇ ଭାଇ ଆସି ତାଙ୍କୁ ଉଠାଇ ନେଇ ଏକ ଘରେ ଦୁଷ୍କର୍ମ ଉଦ୍ୟମ କରିବା ସହିତ ମାଡ଼ ମାରିଥିଲେ। ପୁଲିସ ଅଭିଯୋଗ ଆଧାରରେ ପ୍ରଥମେ ଏକ ଅସଦାଚରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ୨୨ତାରିଖରେ ନାବାଳିକା ସହପାଠିନୀଙ୍କୁ ପୁଲିସ ଧରି ଆଣି ପଚରାଉଚରା କରିଥିଲା। ଜେରାରେ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ ଅଭିଯୁକ୍ତ ସହପାଠିନୀ।

ପୁଲିସ ସହପାଠିନୀଙ୍କ ସୂଚନା ଆଧାରରେ କଟକ ସିଡିଏସ୍ଥିତ ଏକ ଲଜି˚ରେ ଚଢ଼ଉ କରି ଏହାର ମ୍ୟାନେଜର ର˚ଜିତ୍‌ ସ୍ବାଇଁକୁ ଉଠାଇ ଆଣିଥିଲା। ଜେରା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ନାବାଳିକା ସହପାଠିନୀଙ୍କ ପୂର୍ଣ୍ଣ ସହାୟତାରେ ଗିରଫ ତିନି ଅଭିଯୁକ୍ତ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ପୁଲିସ ସୂଚନା ଦେଇଛି। ତଦନ୍ତ ଅଧିକାରୀ ଏସ୍‌ଆଇ ଶ୍ରୀ ପଣ୍ତା କହିଛନ୍ତି ଯେ, ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଜଣେ ବ୍ୟବସାୟୀ। ଆଠଗଡ଼ ଅ˚ଚଳରେ ତାର ଥଣ୍ତା, ପାଣି ବୋତଲ, ସୋଡ଼ା ବ୍ୟବସାୟ ରହିଛି। ସେ ହିଁ ସହପାଠିନୀଙ୍କ ଜରିଆରେ ପୀଡ଼ିତାଙ୍କୁ ଫସାଇଥିଲା। କଟକ ଆଣିବାରେ ଅନ୍ୟତମ ଅଭିଯୁକ୍ତ ସତ୍ୟର˚ଜନ ଏବ˚ ରୁମ୍‌ ଦେବାରେ ର˚ଜିତ୍‌ ତାକୁ ସହଯୋଗ କରିଥିଲେ। ତିନି ଜଣ ମିଶି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଶ୍ରୀ ପଣ୍ତା ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ପୁଲିସ ଏହି ଘଟଣାରେ ସହପାଠିନୀଙ୍କୁ ସ୍ବଧାରଗୃହକୁ ପଠାଇ ଦେଇଥିଲା। ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ କୁଦାନଗରୀ ଥାନାରେ ପୋକ୍‌ସ ଆକ୍ଟ୍‌ରେ ଗଣଦୁଷ୍କର୍ମ ମାମଲା(୩୪୧/୨୩) ରୁଜୁ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button