ଅପରାଧ

ସାବାଡ଼ ହେବେ ମଦ୍ୟପ ଗାଡ଼ିଚାଳକ: ଧରାପଡ଼ିଲେଣି ୧୦୦ରୁ ଅଧିକ – bajravana

[ad_1]

ରଦ୍ଦ ହେବ ଲାଇସେନ୍‌ସ, କୋର୍ଟରୁ ମୁକୁଳିବ ଗାଡ଼ି

ଭୁବନେଶ୍ବର: ଏଣିକି ମଦ୍ୟପ ଗାଡ଼ିଚାଳକଙ୍କୁ ଆଉ ନିସ୍ତାର ନାହିଁ। କାହାକୁ ବି କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ଜରିମାନା ତ ଗଣିବା ବାଧ୍ୟତାମୂଳକ। ଦରକାର ପଡ଼ିଲେ ଗାଡ଼ିଚାଳକଙ୍କୁ ଜେଲ୍‌ ପଠାଇଦିଆଯିବ। ଏତିକିରେ ସରିବନି ଦଣ୍ଡ। ଲାଇସେନ୍‌ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କମିସନର ସଞ୍ଜୀବ ପଣ୍ଡା ଏଭଳି କଠୋର ନୀତି ଆପଣାଇଛନ୍ତି। ଫେବ୍ରୁଆରି ପହିଲାରୁ ଏହି ଅଭିଯାନକ ଆରମ୍ଭ କରାଯାଇଛି।

ଅଭିଯାନ ଆରମ୍ଭରୁ କିଛିଦିନ ସଚେତନତା ପାଇଁ ମଦ୍ୟପାନ କରିଥିବା କିଛି ଚାଳକଙ୍କ ବିରୋଧରେ ଚାଲାଣ କଟାଯାଇଥିଲା। ନିୟନ୍ତ୍ରଣରେ ଥିବା ଗାଡ଼ିଚାଳକଙ୍କୁ ଛାଡ଼ିଦିଆଯାଇଥିଲା। କିନ୍ତୁ ସଚେତନତାର ସମୟ ସୀମା ଟପିଯାଇଛି। ଏଣିକି ଆଉ ମଦ୍ୟପ ଚାଳକଙ୍କୁ ଛଡ଼ାଯିବନାହିଁ। ଯେଉଁ ଅଞ୍ଚଳରେ ଧରାପଡ଼ିବେ, ସମ୍ପୃକ୍ତ ଥାନା ଚାଳକଙ୍କ ବିରୋଧରେ ମାମଲା ରୁଜୁକରିବ ଏବଂ ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରି କୋର୍ଟ ଚାଲାଣ କରିବ। ତେଣୁ ଆଉ କେହି ଥାନାରେ ଜରିମାନା ଦେଇ ଗାଡ଼ି ନେଇପାରିବେ ନାହିଁ। ସିଧା କୋର୍ଟରେ ଜରିମାନା ପଇଠ କରି ଗାଡ଼ି ମୁକୁଳାଇବେ। ସେହିପରି ଏହି ସବୁ ଚାଳକଙ୍କ ଏକ ତାଲିକା ହେବ। ବାରମ୍ବାର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ତାଲିକା କରାଯିବ। ସେମାନଙ୍କର ଆପରାଧିକ ଇତିହାସ ଯାଞ୍ଚ କରାଯିବ। ଅଭ୍ୟାସଗତ ମଦ୍ୟପଚାଳକଙ୍କ ଲାଇସେନ୍ସକୁ ରଦ୍ଦ କରାଯିବ। ଏଥିପାଇଁ କମିସନରେଟ୍‌ ପୁଲିସ ଚାକଳଙ୍କ ତାଲିକା କରି ପରିବହନ ବିଭାଗକୁ ଚିଠି କରିବ। ପୁଲିସ କମିସନରଙ୍କ ଏହି କଠୋର ଆଭିମୁଖ୍ୟକୁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଗୁରୁତ୍ବର ସହ ନେଇଛନ୍ତି। ତେଣୁ ସେ ଚଢ଼ଉକୁ ଜୋର୍‌ଦାର କରିବାକୁ ସମସ୍ତ ଥାନାକୁ ନିର୍ଦେଶ ଦେଇଛନ୍ତି। ଗତକାଲି ଅର୍ଥାତ୍‌ ଶୁକ୍ରବାର ରାତିରେ କଟକରୋଡ୍‌ଠାରୁ ଆରମ୍ଭ କରି ନନ୍ଦନକାନନ ରୋଡ୍‌, ଜନପଥ, ଲୁଇସ୍‌ ରୋଡ ଓ ଖଣ୍ଡଗିରି ଅଞ୍ଚଳରେ ବିଳମ୍ବିତ ରାତିରେ ପୁଲିସ ବ୍ଲକିଂ ଚେକିଂକୁ କଡ଼ାକଡ଼ି କରିଥିଲା। ଚଢ଼ଉ ବେଳେ କମିସନରେଟ୍‌ ପୁଲିସ ୨୭ଟି ମାମଲା ରୁଜୁକରି ୨୭ଟି ଗାଡ଼ି ଜବତ କରିଛି ଏବଂ ୨୭ଜଣଙ୍କୁ ଗିରଫ କରିଛି।

ଏହା ଏହି ଅଭିଯାନର ଦିନକରେ ସର୍ବାଧିକ। ଚଢ଼ଉ ବେଳେ ଲକ୍ଷ୍ମୀସାଗର ଥାନା ୭ଟି ମାମଲାରେ ୭ ଜଣଙ୍କୁ ଗିରଫ କରିବା ସହ ୭ଟି ଗାଡ଼ି ଜବତ କରିଥିଲା। ଖାରବେଳନଗର ଥାନା ୫ ମାମଲାରେ ୫ଜଣଙ୍କୁ ଗିରଫ କରିବା ସହ ୫ ଗାଡି ଜବତ କରିଛି। ସେହିପରି ଜଟଣୀ ଥାନା ୫ଟି ମାମଲାରେ ୫ଜଣଙ୍କୁ ଗିରଫ କରି ୫ଟି ଗାଡ଼ି, ଚନ୍ଦ୍ରଶେଖରପୁର ଥାନା ୩ଟି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୩ଟି ଗାଡି, ଭରତପୁର ଥାନା ୨ ମାମଲାରେ ୨ଜଣଙ୍କୁ ଗିରଫ କରି ୨ଟି ଗାଡି, ବଡ଼ଗଡ଼ ଥାନା ୨ ମାମଲାରେ ୨ଜଣଙ୍କୁ ଗିରଫ କରି ୨ଟି ଗାଡ଼ି, ଖଣ୍ଡଗିରି ଥାନା ୨ ମାମଲାରେ ୨ଜଣଙ୍କୁ ଗିରଫ କରି ୨ଟି ଗାଡି ଓ ସହିଦନଗର ଥାନା ଗୋଟିଏ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୋଟିଏ ଗାଡି ଜବତ କରିଛି। ଏପର୍ଯ୍ୟନ୍ତ ୧୦୦ରୁ ଊର୍ଧ୍ବ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ଆଗକୁ ଏହି ଅଭିଯାନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button