ଅପରାଧ

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ବାମୀ ଗିରଫ – bajravana

[ad_1]

ସମ୍ବଲପୁର: ପ୍ରଥମେ ସ୍ତ୍ରୀକୁ ମାଡ଼ ମାରି ନିର୍ଯାତନା ଦେଇ ଗିରଫ ହୋଇଥିଲେ। ଏବେ ସ୍ତ୍ରୀର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ି ସ୍ବାମୀ ଦ୍ବିତୀୟ ଥର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ବଡ଼ବଜାରର ଏନ୍‌ ପରଵିନ୍‌ ୨୦୦୯ରେ ଆକ୍ରମ ଖାନଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଆକ୍ରମ ତାଙ୍କୁ ମାରପିଟ୍‌ କରିବା ଆରମ୍ଭ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ନିଖତ ସମ୍ବଲପୁର ଫେରି ଆସିଥିଲେ। ଗତ ଫେବ୍ରୁଆରି ୨୬ ତାରିଖ ଆକ୍ରମ ଓ ତାଙ୍କ ପୋଷ୍ୟ ପୁତ୍ର ବଳପୂର୍ବକ ପରଵିନ୍‌ଙ୍କ ମୋବାଇଲ୍‌ ଫୋନ୍‌ ନେଇ ଯାଇଥିଲେ। ତାଙ୍କ ଇମେଲ୍‌ ଆଇଡି, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ୍‌ ଆଦି ବ୍ୟବହାର କରି ଖରାପ ଫଟୋ ପୋଷ୍ଟ କରିଚାଲିଥିଲେ। ପରେ ଏପ୍ରିଲ୍‌ ୨୩ ତାରିଖ ଦିନ ସମ୍ବଲପୁର ଆସି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସେ ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆକ୍ରମଙ୍କୁ ଗିରଫ କରିଥିଲା।

ଆକ୍ରମ ଜାମିନ୍‌ରେ ବାହାରି ଯାଇଥିଲେ। ଗତ ଜୁଲାଇ ମାସରେ ସେ ପୁଣି କିଛି ଅଶ୍ଳୀଳ ଫଟୋ ଏଡିଟ୍‌ କରି ଫେସବୁକ୍‌ରେ ଭାଇରାଲ କରିଥିଲେ। ହ୍ବାଟ୍ସଆପ୍‌ରେ ବି ଛାଡ଼ିଥିଲେ। ଏ ନେଇ ଜୁଲାଇ ୨୬ ତାରିଖ ଦିନ ପରଵିନ୍‌ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସାଇବର୍‌ ଥାନା ପୁଲିସ ଶନିବାର ଅଭିଯୁକ୍ତ ଆକ୍ରମ ଖାନଙ୍କୁ ଗିରଫ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button