ଓଡିଶା

ମୁରବିବିହୀନ ଶିକ୍ଷା ବ୍ୟବସ୍ଥା: ସ୍ଥାୟୀ ସହରାଞ୍ଚଳ ଶିକ୍ଷାଧିକାରୀ କେବେ? – bajravana

[ad_1]

ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପ୍ରାୟ ୭୪ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଯଥା- ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି। ଏସବୁ ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ତେବେ ଏସବୁ ସ୍କୁଲରେ ଶିକ୍ଷାର ମାନ ଯାଞ୍ଚ ପାଇଁ ନିୟମିତ ଅଧିକାରୀ ନାହାନ୍ତି। ଫଳରେ କେବଳ ଶିକ୍ଷାଦାନ ପ୍ରକ୍ରିୟା ନୁହେଁ; ବରଂ ଆର୍ଥିକ, ପ୍ରଶାସନିକ ଓ ଅନ୍ୟାନ୍ୟ ସେବା ପରିଚାଳନାରେ ଅବହେଳା ପରିଲକ୍ଷିତ ହୁଏ। ଏସବୁ ଅବହେଳାକୁ ଦୂର କରିବା ଉଦ୍ଦେଶ୍ୟରେ ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳରେ ସହରାଞ୍ଚଳ ଶିକ୍ଷାଧିକାରୀ(ସିଇଓ) ନିଯୁକ୍ତି ପାଇଁ ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ଘୋଷଣା କରିଥିଲେ। କିନ୍ତୁ ଘୋଷଣାକୁ ପ୍ରାୟ ୧୦ ମାସ ବିତିସାରିଥିବା ସତ୍ତ୍ବେ ସ୍ଥାୟୀ ସିଇଓ ନିଯୁକ୍ତି ହୋଇପାରିନାହାନ୍ତି;ଯଦ୍ବାରା ଯାବତୀୟ ବିଲକ୍ଷଣ ଦେଖିବାକୁ ମିଳୁଛି।

ସଂପ୍ରତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଉରକେଲା ଭାରପ୍ରାପ୍ତ ସିଇଓଭାବେ କାର୍ଯ୍ୟରତ। କିନ୍ତୁ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶାସନିକ କ୍ଷମତା ଏଯାଏ ହସ୍ତାନ୍ତର ହୋଇପାରିନି। ଅପରପକ୍ଷରେ ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀ ହିଁ ଏସବୁ ସ୍କୁଲର ଭାଗ୍ୟବିଧାତା ସାଜିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀଙ୍କ ଅଧୀନରେ ରାଉରକେଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ରହିଥିଲା। ଏମିତିକି ଗତ ୨୦୧୩ ମସିହାରୁ ବିଶ୍ରା ବିଇଓ ଅଫିସ୍‌ ବିଶ୍ରା ବ୍ଲକ ମୁଖ୍ୟାଳୟ ପରିବର୍ତ୍ତେ ରାଉରକେଲାରେ ଚାଲିଥିଲା। ନିୟମାନୁଯାୟୀ, ବ୍ଳକ ମୁଖ୍ୟାଳୟରେ ହିଁ ବିଇଓ କାର୍ଯ୍ୟାଳୟ ରହିବା କଥା। ଏଣୁ ଏହାକୁ ବିଶ୍ରା ବ୍ଲକ ଅଞ୍ଚଳବାସୀ ତୀବ୍ର ବିରୋଧ କରିବାସହ ବିଇଓ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବି କରିଥିଲେ। ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଅବଗତ ହେବାପରେ ଶେଷରେ ୨୦୨୧ ଡିସେମ୍ବର ମାସରେ ବିଇଓ କାର୍ଯ୍ୟାଳୟ ବିଶ୍ରାକୁ ସ୍ଥାନାନ୍ତର ହୋଇଥିଲା। ତେବେ ୨୦୨୨ ଅକ୍ଟୋବରରେ ସହରାଞ୍ଚଳରେ ସିଇଓ ନିଯୁକ୍ତି ପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଘୋଷଣାପରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାରଙ୍ଗଧର ବରିହା ଦାୟିତ୍ବ ନେଇଥିଲେ। ଶ୍ରୀ ବରିହାଙ୍କୁ ପ୍ରଶାସନିକ କ୍ଷମତା ମିଳିପାରିନଥିବାବେଳେ କେବଳ କାମଚଳା ହିସାବରେ ରହିଥିଲେ। ନିକଟ ଅତୀତରେ ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀଭାବେ ବେଣୁଧର ସ୍ବାଇଁ ଯୋଗଦେବା ପରଠାରୁ ସେ ଉଭୟ ବିଶ୍ରା ଓ ରାଉରକେଲା ଶିକ୍ଷା ବିଭାଗର ମଙ୍ଗ ସମ୍ଭାଳିଛନ୍ତି।

ଜଣେ ଅଧିକାରୀ ଦୁଇଟି ପ୍ରମୁଖ ଅଞ୍ଚଳର ଭାର ସମ୍ଭାଳିଥିବାବେଳେ ବାସ୍ତବରେ ତଦାରଖ, ପ୍ରଶାସନିକ ଆଦି କାର୍ଯ୍ୟ ପ୍ରଭାବିତ ହେବା ସ୍ବାଭାବିକ। ଅପରପକ୍ଷରେ କେବଳ ଘୋଷଣା କରିଦେଇ ରାଜ୍ୟ ସରକାର ଚୁପ୍‌ ବସିଥିବାବେଳେ ଏହି ଅବ୍ୟବସ୍ଥାରେ ସୁଧାର ବି ଆସୁନି। ଇତିମଧ୍ୟରେ ସ୍ଥାନୀୟ ଉଦିତନଗରରେ ଥିବା ବିଶ୍ରା ବିଇଓ ଅଫିସ୍‌ ସିଇଓ ଅଫିସ୍‌ଭାବେ ସ୍ଥିର କରାଯାଇଛି। ନିୟମିତ ସିଇଓ ନିଯୁକ୍ତି ନେଇ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କୁ ପଚାରିବାରୁ କହିଲେ, ବର୍ତ୍ତମାନ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦାୟୀତ୍ବରେ ଅଛନ୍ତି। ସ୍ଥାୟୀ ସିଇଓ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ସ୍ଥାୟୀ ନିଯୁକ୍ତି କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button