୫୦୦କୋଟି ଟଙ୍କାର ବେପାରକୁ ଆଉ ଅଳ୍ପ ବାକି; ତୃତୀୟ ସପ୍ତାହନ୍ତରେ ବଢ଼ିଆ ଆୟ କଲା ‘ଗଦର-୨’ – bajravana
[ad_1]
ମୁମ୍ବାଇ: ତିନି ସପ୍ତାହ ହେଲା ବକ୍ସ ଅଫିସ୍ରେ ଦର୍ଶକଙ୍କ ମନୋରଞ୍ଜନ କରାଇ ଚାଲିଛି ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’। ତୃତୀୟ ସପ୍ତାହରେ ବି ଚଳଚ୍ଚିତ୍ରଟି ବେଶ୍ ଭଲ ରୋଜଗାର କରିଛି।
ସନ୍ନି ଦେଓଲ ଓ ଅମିଶା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ରବିବାର (ଗତକାଲି) ଦିନ ୧୬ କୋଟିରୁ ଅଧିକ ଟଙ୍କା ଆୟ କରି ସର୍ବମୋଟ୍ ୪୫୬.୦୫ କୋଟି ଟଙ୍କାର ବେପାର କରିଛି। ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଏହି ସୂଚନା ଦେଇଛନ୍ତି। ‘ଗଦର-୨’ ବର୍ତ୍ତମାନ ତାହାର ଟାର୍ଗେଟ ୫୦୦ କୋଟି ଟଙ୍କାରୁ ଅଳ୍ପ ଦୂରରେ ରହିଛି। ଖୁବ୍ ଶୀର୍ଘ ଫିଲ୍ମଟି ତା’ର ଟାର୍ଗେଟ ପୂରା କରିବ।
ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ତାଲିକାରେ ତୃତୀୟ ସ୍ଥାନରେ ରହିଛି ‘ଗଦର-୨’। ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିଥିବା ‘ଗଦର-୨’ ଏହା ମଧ୍ୟରେ ଇତିହାସ ସୃଷ୍ଟିକାରୀ ଚଳଚ୍ଚିତ୍ର ବନିପାରିଛି।
CROSSES ‘KGF 2’, NEXT ‘BAAHUBALI 2’… After crossing *lifetime biz* of #Dangal, #Gadar2 overtakes #KGF2 #Hindi… #Gadar2 is now THIRD HIGHEST GROSSING #Hindi film in #India… Continues to smash #BO records at mass sectors… [Week 3] Fri 7.10 cr, Sat 13.75 cr. Total: ₹ 439.95 cr.… pic.twitter.com/fDoB3kPeW3
— taran adarsh (@taran_adarsh) August 27, 2023
ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଚତୁର୍ଥ ସପ୍ତାହରେ ବି ପ୍ରଥମ ୩ଟି ସପ୍ତାହ ପରି ଜବରଦସ୍ତ ଆୟ କରିବ। ନିକଟରେ ଅନିଲ ଶର୍ମା ‘ନ୍ୟୁଜ୍ ୧୮ ଇଣ୍ଡିଆକୁ’ କହିଛନ୍ତି ଯେ ‘‘ଯେତେବେଳେ ଲୋକମାନେ ୬୦୦ କୋଟି ଟଙ୍କାର ଫିଲ୍ମ କଥା କହୁଛନ୍ତି ସେତେବେଳେ ଆମେ ମାତ୍ର ୬୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛୁ।’’
ନିର୍ଦ୍ଦେଶକ ଏହା ପୂର୍ବରୁ କହିଥିଲେ ଯେ ସନ୍ନି ଫିଲ୍ମ ପାଇଁ ତାଙ୍କ ଫି ହ୍ରାସ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଯେହେତୁ ସେମାନେ ସୀମିତ ବଜେଟରେ ଫିଲ୍ମଟି କରିଛନ୍ତି ତ ସେପରି କୌଣସି ଅତ୍ୟାଧୁନିକ କୌଶଳ ବି ଅବଲମ୍ବନ କରାଯାଇନାହିଁ ଫିଲ୍ମରେ।
[ad_2]