ମନୋରଞ୍ଜନ

ଚାରି ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ ଏବେ ପୁଣି ବିବାହ କରିବେ ନାଗା ! – bajravana

[ad_1]

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏମଧ୍ୟରେ ଛାଡ଼ପତ୍ର ପରେ ନାଗାଙ୍କ ଦ୍ବିତୀୟ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ନାଗାଙ୍କ ଛାଡ଼ପତ୍ର ପରେ ସେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଦୁହେଁ ଏଭଳି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତେବେ ବର୍ତ୍ତମାନ ଖବର ଆସୁଛି ଯେ, ନାଗା ପୁଣି ବିବାହ କରିବାକୁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ର ଏକ ରିପୋର୍ଟ ଅନୁଯାୟୀ, ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ କରାଇବାକୁ ଯୋଜନା କରୁଛନ୍ତି। ‌ହେଲେ ନାଗା କାହାକୁ ବିବାହ କରିବେ, ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ, ନାଗାଙ୍କ ଭାବି ପତ୍ନୀ କୌଣସି ଅଭିନେତ୍ରୀ ନୁହନ୍ତି ବରଂ ଜଣେ ବ୍ୟବସାୟୀଙ୍କ ଝିଅ। ଅଭିନୟ ଜଗତ ସହ ତାଙ୍କର ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନାହିଁ।

ଏଭଳି ଚର୍ଚ୍ଚା ହେଉଥିଲେ ବି ନାଗାର୍ଜୁନ ଓ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button