ବିଦ୍ୟାଳୟ କ୍ୟାମ୍ପସରେ ଜଳିଗଲା ଇଲେକ୍ଟ୍ରି ସ୍କୁଟି, ପୋଡିହେଲେ ଶିକ୍ଷକ ଅଳ୍ପକେ ବର୍ତ୍ତିଗଲେ ଛାତ୍ରଛାତ୍ରୀ
ଭଦ୍ରକ: ବିଦ୍ୟାଳୟ ଶ୍ରେଣୀ କକ୍ଷ ସମ୍ମୁଖରେ ହୁତୁ ହୁତୁ ହୋଇ ଜଳୁଛି ଇଲେକ୍ଟ୍ରି ଗାଡ଼ି । ଦେଖିଲାରୁ ଭୟ ଲାଗୁଛି । ସକାଳୁ ସକାଳୁ ସ୍କୁଲରେ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ । କିନ୍ତୁ ହଠାତ୍ ଘଟିଗଲା ଏମିତି କିଛି । ଯେଉଁଥିରେ ଛାତ୍ରର ଜୀବନ ଚାଲିଯାଇଥାଆନ୍ତା କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଧାନୀ ପଞ୍ଚାୟତ କଇଥାଡିହ ପ୍ରାଥମିକ ବିଦ୍ୟାଳୟରେ ।
ହଁ ଆଜ୍ଞା, ବିଦ୍ୟାଳୟ କ୍ୟାମ୍ପସରେ ଜଳିଗଲା ପ୍ରଧାନ ଶିକ୍ଷକଙ୍କ ଇଲେକଟ୍ରିକ ବ୍ୟାଟେରି ଚାଳିତ ସ୍କୁଟି । ଛାତ୍ରଛାତ୍ରୀ ମାନଙ୍କୁ ଉଧାର କରିବା ସମୟରେ ପ୍ରଧାନ ଶିକ୍ଷକ ପୋଡିହୋଇ ଗଲେ।
ତେବେ ବିଦ୍ୟାଳୟ ଛୁଟି କରିବା ସମୟରେ ପ୍ରଧାନ ଶିକ୍ଷକ ତାଙ୍କ ବ୍ୟାଟେରି ଚାଳିତ ସ୍କୁଟି ଚାବି ଅନ କରିବା ସମୟରେ ହଠାତ ସ୍କୁଟିରୁ ବାହାରିଲା ଧୂଆଁ । କେହି କିଛି ବୁଝିବା ଆଗରୁ ହଠାତ୍ ଜଳିଗଲା ସ୍କୁଟି । ପ୍ରଚଣ୍ଡ ଶବ୍ଦ କରିବା ସହ ଚାହୁଁ ଚାହୁଁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଗଲା।
ସ୍କୁଟି ଟି ଏପରି ଜଳିବା ସମୟରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରୁ ବାହାରକୁ ନେଇ ଆସିଥିଲେ । ଧୂଆଁ ଏପରି ବ୍ୟାପିଲା ଯେ ଜଣେ ଛାତ୍ର ବିଦ୍ୟାଳୟରୁ ବାହାରକୁ ଆସିପାରିନଥିଲା । ଭିତରେ ହିଁ ରହିଯାଇଥିଲା । ପ୍ରଧାନ ଶିକ୍ଷକ ନିଜ ଜିବନକୁ ବାଜିଲଗାଇ ସେହି ଛାତ୍ରକୁ ବିଦ୍ୟାଳୟ ବାହାରକୁ ନେଇ ଆସୁଥିବା ବେଳେ ନିଆଁରେ ପ୍ରଭାବ ରେ ନିଜେ ପୋଡି ହୋଇଯାଇଛନ୍ତି । ପ୍ରଧାନ ଶିକ୍ଷକଙ୍କ ମୁହଁ ଅଧିକାଂଶ ସ୍ଥାନ ପୋଡି ଯାଇଛି ।
ଏହି ଘଟଣାର ଖବର ପାଇ ଗାଁ ଲୋକେ ଦୋଉଡି ଆସି ନିଆଁ ଲିଭାଇବା ସହ ପ୍ରଧାନ ଶିକ୍ଷକଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷକ ସ୍କୁଲ କ୍ୟାମ୍ପସରେ ଗାଡ଼ି ନ ରଖି ଶ୍ରେଣୀ କ’ ନିକଟରେ କାହିଁକି ଗାଡ଼ି ରଖିଥିଲେ ? ଯାହାର ଉତ୍ତର ଦେଇ ନାହାଁନ୍ତି ପ୍ରଧାନ ଶିକ୍ଷକ ।