ରେଷ୍ଟୁରାଣ୍ଟରେ ବାଂଲାଦେଶୀଙ୍କୁ ନୋ ଏଣ୍ଟ୍ରି, ମିଳିବନି ରୁମ୍…ଆଉ ପରସା ଯିବନି ଖାଦ୍ୟ
ବାଂଲାଦେଶରେ ଅନ୍ତରିମ ସରକାର ଆସିବା ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳୁଛି । ନିକଟରେ ବାଂଲାଦେଶରେ ଭାରତର ଧ୍ବଜକୁ ଅପମାନ କରିଥିବା ମାମଲା ସାମ୍ନାକୁ ଆସିଥିଲା । ଏହାକୁ ବିରୋଧ କରି ତ୍ରିପୁରାର ହସପିଟାଲରେ ବାଂଲାଦେଶୀ ନାଗରିକଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ । ଏବେ ହସ୍ପିଟାଲ ଆଉ ଏବେ ହୋଟେଲ ମଧ୍ୟ ବୟକଟ୍ କରାଯାଇଛି ।
ବାଂଲାଦେଶୀଙ୍କୁ ପାଇଁ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ । ବାଂଲାଦେଶ ନାଗରିକଙ୍କ ଉପରେ ବ୍ୟାନ୍ ଲଗାଇଲେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ । ଏଣିକି ଆଉ ବାଂଲାଦେଶୀଙ୍କୁ ହୋଟେଲରେ ମିଳିବନି ରୁମ୍ । ରେଷ୍ଟୁରାଣ୍ଟରେ ସେମାନଙ୍କୁ ଆଉ ପରସା ଯିବନି ଖାଦ୍ୟ ।
ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ଘୋଷଣା କରିଛି ଯେ, ବର୍ତ୍ତମାନଠାରୁ ବାଂଲାଦେଶୀ ନାଗରିକଙ୍କୁ ରାଜ୍ୟର କୌଣସି ବି ହୋଟେଲରେ ରହିବାକୁ ଦିଆଯିବ ନାହିଁ । ବାଂଲାଦେଶୀ ନାଗରିକଙ୍କୁ ବ୍ୟାନ୍ କରାଯାଇଥିବା ନେଇ ହୋଟେଲଗୁଡ଼ିକୁ ସେମାନଙ୍କ ଡେସ୍କରେ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସୁରକ୍ଷା ଯାଞ୍ଚକୁ ଅଧିକ କଠୋର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ହୋଟେଲ ମାଲିକ ସଂଘର ସଚିବ ଭାସ୍କର ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ସମସ୍ତ ହୋଟେଲ ମାଲିକ ଏକଜୁଟ ହୋଇଛନ୍ତି । ବାଂଲାଦେଶୀ ନାଗରିକଙ୍କୁ ରୁମ୍ ଓ ରେଷ୍ଟୁରାଣ୍ଟରେ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିବା ନିଷ୍ପତ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟର ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ (ATROA) ମଧ୍ୟ ଏହି ବୟକଟ୍ ଆନ୍ଦୋଳନରେ ଯୋଗ ଦେଇଛି। ବାଂଲାଦେଶୀ ଅତିଥିମାନଙ୍କୁ ରୁମ୍ ଏବଂ ଖାଦ୍ୟ ଯୋଗାଇବାକୁ ମନା କରିଦେଇଛି।