ଦେଶ ବିଦେଶ

ପୂର୍ବ ସରକାରକୁ ଇସ୍ରୋ ଉପରେ ଭରଷା ନଥିଲା: ପୂର୍ବ ବୈଜ୍ଞାନିକ ନମ୍ବୀ ନାରାୟଣ – bajravana

[ad_1]

ନୂଆଦିଲ୍ଲୀ: ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବୀ ନାରାୟଣ ପୂର୍ବତନ ସରକାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଶ୍ରୀ ନାରାୟଣ କହିଛନ୍ତି ଯେ, ପୂର୍ବ ସରକାରକୁ ଇସ୍ରୋ ଉପରେ ଭରଷା ନଥିଲା । ଏହି କାରଣରୁ ଇସ୍ରୋକୁ ପର୍ଯ୍ୟାପ୍ତ ମାତ୍ରାରେ ବଜେଟ ଦିଆଯାଉ ନଥିଲା । ଆମ ପାଖରେ ଜିପ ନଥିଲା । କାର ନଥିଲା । ଆମ ପାଖରେ କିଛି ବି ନଥିଲା । ଏହାର ଅର୍ଥ ଆମକୁ ବଜେଟ ଆବଣ୍ଟିତ କରାଯାଉ ନଥିଲା । କେବଳ ଗୋଟିଏ ବସ୍ ଥିଲା ଯାହାକି ସିଫ୍ଟ ଅନୁସାରେ ଚାଲୁଥିଲା । ପ୍ରାରମ୍ଭିକ ଦିନରେ ଏମିତି ହେଉଥିଲା ।

ଏପିଜେ ଅବଦୁଲ କଲାମଙ୍କ ସେଟଲାଇଟ ଲଞ୍ଚ ହ୍ୱିଲ(ଏସଏଲଭି-୩) ନିର୍ମାଣ କଥା ମନେ ପକାଇ ବୈଜ୍ଞାନିକ ନମ୍ବୀ ନାରାୟଣ କହିଛନ୍ତି ଯେ, ସେସମୟରେ ବଜେଟ କଥା ପଚରା ଯାଉନଥିଲା । ଖାଲି ଦେଇ ଦିଆଯାଉଥିଲା । ଏହା ଖୁବ୍ କଠିନ ଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button