ଦେଶ ବିଦେଶ

ଗ୍ଲୋଇଙ୍ଗ ସ୍କିନ ପାଇଁ ଲଗାନ୍ତୁ ବାସି ରୁଟି ଫେସ୍‌ ପ୍ୟାକ, ମିଳିବ ଅନେକ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଏବଂ ଗ୍ଲୋଇଙ୍ଗ ସ୍କିନ ଚାହିଁଥାନ୍ତି । ଏଥି ପାଇଁ ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଦେଖାଯାଏ ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଯାହା ଖାଉଛନ୍ତି ତାର ପ୍ରଭାବ ମଧ୍ୟ ସ୍କିନରେ ଦେଖାଯାଇଥାଏ । ଏଥିପାଇଁ ଆମେ ଏପରି ଏକ ଫେସ୍‌ ପ୍ୟାକ ବିଷୟରେ କହିବାକୁ ଯାଉଛୁ, ଯାହକୁ ଆପଣ ନିଜର ଏକ ନିତିଦିନର ଖାଦ୍ୟ ଦ୍ୱାରା ପ୍ରସ୍ତୁତ କରିପାରିବେ ।

ପ୍ରାୟ ସମସ୍ତଙ୍କ ଘରେ ରୁଟି ପ୍ରସ୍ତୁତ ହେବା ସମୟରେ ବଳକା ରୁଟି ରହିଯାଇଥାଏ । କେତେକ ଲୋକ ଏହାକୁ ପଶୁମାନଙ୍କୁ ଖାଇବାକୁ ଦେଉଥିବା ବେଳେ ଅନେକ ଏହାକୁ ଫିଙ୍ଗି ମଧ୍ୟ ଦିଅନ୍ତି । କିନ୍ତୁ ଆପଣମାନେ ଜାଣନ୍ତି କି, ବାସି ରୁଟିରେ ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଅନେକ ଭଲ ଗୁଣ ଲୁଚି ରହିଛି । ଏହା ତ୍ୱଚାକୁ ସୁନ୍ଦର ରଖିବା ପାଇଁ ବ୍ୟବହାର କରାଯାଇପାରିବ । ପ୍ରକୃତରେ ବାସି ରୁଟିରେ ସେଲେନିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟଗୁଡ଼ିକ ଚେହେରାକୁ ବ୍ରଣମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

ବାସି ରୁଟି ଫେସ୍‌ ପ୍ୟାକ ପ୍ରସ୍ତୁତି ପ୍ରଣାଳୀ:

ଏହି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୧ ରୁ ୨ଟି ବାସି ରୁଟି ନେଇ ଏହାର ପାଉଡ଼ର ତିଆରି କରନ୍ତୁ । ଏହା ପରେ ଏଥିରେ ହଳଦୀ ଗୁଣ୍ଡ ଏବଂ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ପାଞ୍ଚ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ । ଧୀରେ ଧୀରେ ମିଶ୍ରଣଟି ନରମ ହୋଇଯିବ । ଏହାପରେ ଏହାକୁ ତ୍ୱଚାରୁ ବେକ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ ଏବଂ ୧୫ ମିନିଟ୍‌ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ । ଭଲ ଭାବରେ ଶୁଖିଗଲା ପରେ ଅଳ୍ପ ପାଣି ଲଗାଇ ଧୀରେ ଧୀରେ ପ୍ୟାକ୍‌କୁ ଛଡ଼ାଇ ନିଅନ୍ତୁ । ପ୍ରତି ସପ୍ତାହରେ ୨ ରୁ ୩ ଥର ଏଭଳି ଲଗାନ୍ତୁ। ଏକ ମାସର ବ୍ୟବହାର ପରେ ଆପଣ ନିଶ୍ଚୟ ରେଜଲ୍ଟ ଦେଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button