ମନୋରଞ୍ଜନ

ମଥାରେ ଚନ୍ଦନ, ଗଳାରେ ହାର ପକାଇ ପ୍ରସିଦ୍ଧ ଶୈବପୀଠ ମହାକାଳେଶ୍ବର ମନ୍ଦିରରେ ନଜର ଆସିଲେ ପରିଣୀତି-ରାଘବ – bajravana

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ତ‌ାଙ୍କ ଭାବି ସ୍ବାମୀ ବା ମଙ୍ଗତର୍‌ ସାଂସଦ ରାଘବ ଚଢ଼ାଙ୍କ ସହ ଶନିବାର ଉଜ୍ଜୟିନୀ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ସେ ଦୁହେଁ ମହାକାଳେଶ୍ବର ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି। ମହାକାଳଙ୍କ ଦର୍ଶନ କରୁଥିବା ବେଳେ ଦୁହେଁ ଭକ୍ତିଭାବରେ ନିମଜ୍ଜିତ ଥିବା ଭାଇରାଲ୍‌ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଦୁହେଁ ପୂଜାର୍ଚ୍ଚନା କରୁଥିବା ବେଳେ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଥିବାର ବି ଦେଖିବାକୁ ମିଳିଛି। ପରୀ ଓ ରାଘବ ମଥାରେ ଚନ୍ଦନ ଲଗାଇ, ଗଳାରେ ଫୁଲ ହାର ପକାଇ ବସିଥିବାର ଫଟୋ ଆସିଛି।

ଭିଡିଓ ଶେଷରେ ଆପଣ ଦୁହିଁଙ୍କୁ ମହାକାଳଙ୍କ ସମ୍ମୁଖରେ ଧ୍ୟାନ ମୁଦ୍ରାରେ ହାତ ଯୋଡ଼ି ବସିଥିବାର ଦେଖିବାକୁ ପାଇବେ। ରାଘବ ଏକ ଧଳାଧୋତି ଓ ନାଲି ରଂଗର ଉତ୍ତରୀୟ ପିନ୍ଧିଥିବା ବେଳେ ପରିଣୀତି ଏକ ହାଲୁକା ଗୋଲାପୀ ରଂଗର ସୁଟ୍‌ ପିନ୍ଧିଛନ୍ତି। ଦୁହେଁ ଏକା ସହ ଖୁବ୍ ସୁନ୍ଦର ଦେଖା ଯାଉଥିବା ବେଳେ ସୋସିଆଲ୍‌ ମିିଡିଆରେ ପ୍ରଶଂସକମାନେ ସେମାନଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ, ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନରେ ବିବାହ କରିବେ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button