ମନୋରଞ୍ଜନ

‘ସାଲାର’ ପାଇଁ ପ୍ରଭାସ-ଶ୍ରୁତି ନେଇଥିବା ପାରିଶ୍ରମିକ କରିବ ଆଶ୍ଚର୍ଯ୍ୟ – bajravana

[ad_1]

ନୂଆଦିଲ୍ଲୀ: ଆଜି ରିଲିଜ୍ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଆଜି ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ ରଖିଛନ୍ତି। ତେବେ ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ପାଇଁ ଏଥିରେ କାମ କରିଥିବା କଳାକାର ଓ ନିର୍ଦ୍ଦେଶକ କେତେ ପାରିଶ୍ରମିକ ନେଇଛନ୍ତି, ଆସନ୍ତୁ ଜାଣିବା…

୧. ଖବର ଅନୁଯାୟୀ ପ୍ରଭାସ ‘ସାଲାର’ରେ ତାଙ୍କର ମୁଖ୍ୟ ଭୂମିକା ପାଇଁ ୧୦୦କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହା ସହ ଫିଲ୍ମ କରିବାକୁ ଥିବା ଲାଭରୁ ୧୦ପ୍ରତିଶତ ନେବେ ପ୍ରଭାସ।

୨. ମୁଖ୍ୟ ଅଭିନେତ୍ରୀ ଶ୍ରୁତି ହସନଙ୍କ କଥା କହିବାକୁ ଗଲେ ସେ ଏହି ଫିଲ୍ମ ପାଇଁ ୮କୋଟି ଟଙ୍କା ନେଇଛନ୍ତି।

୩. ଲେଖକ ଓ ନିର୍ଦ୍ଦେଶକ ଭାବେ ପ୍ରଶାନ୍ତ ନିଲ୍ ଫିଲ୍ମ ପାଇଁ ୫୦କୋଟି ପାରିଶ୍ରମିକ ନେଇଥିବା ଜଣାପଡ଼ିଛି।

୪. ସେହିଭଳି ଅଭିନେତା ପୃଥ୍ବୀରାଜ ସୁକୁମାରନ ଫିଲ୍ମରେ ଥିବା ତାଙ୍କ ଚରିତ୍ର ପାଇଁ ୪କୋଟି ଟଙ୍କା ନେଇଛନ୍ତି।

୫. ଏହା ସହ ଅଭିନେତା ଜଗପତି ବାବୁ ମଧ୍ୟ ଫିଲ୍ମ ପାଇଁ ୪କୋଟି ନେଇଥିବା ସାମ୍ନାକୁ ଆସିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button