ଦେଶ ବିଦେଶ
ତାମିଲନାଡ଼ୁରେ ଟ୍ରେନରେ ଲାଗିଲା ନିଆଁ, ୧୦ ମୃତ – bajravana
[ad_1]
ତାମିଲନାଡ଼ୁ: ତାମିଲନାଡ଼ୁର ମଦୁରେ ରେଲୱେ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନର କୋଚରେ ନିଆଁ ଲାଗି ୧୦ଜଣଙ୍କ ମୃତ୍ୟୁ ଘଟିଛି । ଲଖନଊରୁ ରାମେଶ୍ୱରମ୍ ଯାଉଥିବା ଟ୍ରେନର ତୀର୍ଥଯାତ୍ରୀ କୋଚରେ ନିଆଁ ଲାଗିଛି । ଯାତ୍ରୀଙ୍କ ପକ୍ଷରୁ ଅବୈଧ ରୂପେ ଗ୍ୟାସ ସିଲିଣ୍ଡର ନେବା ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମୃତକଙ୍କ ପରିବାକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଦକ୍ଷିଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
[ad_2]