ଅପରାଧ

ସ୍ବାମୀଙ୍କ ବାହାଦୁରି ଗୁଣି ପାଇଁ ଚାଲିଗଲା ସ୍ତ୍ରୀଙ୍କ ଜୀବନ; ହସ୍ପିଟାଲ୍‌ ନନେଇ ଘରେ କରାଉଥିଲେ ପ୍ରସବ – bajravana

[ad_1]

ନୂଆଦିଲ୍ଲୀ: ତାମିଲନାଡୁର କୃଷ୍ଣାଗିରି ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜ‌ଣେ ସ୍ବାମୀଙ୍କ ଅଜ୍ଞାନତା ହେତୁ ପତ୍ନୀଙ୍କ ଜୀବନ ଚାଲିଯାଇଛି। ଜାଣିବାକୁ ମିଳିଛି ଯେ ମହିଳାଙ୍କ ପ୍ରସବ ସମୟ ପାଖେଇ ଆସିଥିବା ବେଳେ ତାଙ୍କ ସ୍ବାମୀ ତାଙ୍କୁ କୌଣସି ହସ୍ପିଟାଲ୍‌କୁ ନନେଇ ଘରେ ପ୍ରସବ କରାଇବାକୁ ଚିନ୍ତା କରିଥିଲେ, ତାହା ପୁଣି ନିଜେ ୟୁଟ୍ୟୁବ୍‌ ଦେଖି। ସ୍ବାମୀ ଜଣକ ୟୁଟ୍ୟୁବ୍‌ ଦେଖି ପତ୍ନୀଙ୍କର ନର୍ମାଲ ଡେଲିଭରି କରାଇବାର ଚେଷ୍ଟା କରୁଥିଲେ। ହେଲେ ମହିଳାଙ୍କର ଏହି ସମୟରେ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଛି। ଏହି ଘଟଣା ଅଗଷ୍ଟ ୨୨ ତାରିଖର।

ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ରଥିକା କହିଛନ୍ତି ଯେ ପୋଚମପଲି ପାଖରେ ଥିବା ପୁଲିୟାମପଟି ନିବାସୀ ଲୋଗନୟାକି (୨୭) ନାମ୍ନୀ ମହିଳାଙ୍କର ପ୍ରସବ କାଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ଏହାକୁ ନେଇ ପୁଲିସ୍‌‌ରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଲୋଗନୟାକିଙ୍କ ସ୍ବାମୀ ମଧେଶ ତାଙ୍କ ପତ୍ନୀଙ୍କର ଡେଲିଭରି ପେନ୍‌ ଆରମ୍ଭ ହୋଇ ଯାଇଥିବା ବେଳେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ନିଜ ଘରେ ନର୍ମାଲ ଡେଲିଭରି କରାଇବାର ଚେଷ୍ଟା କରିଥିଲେ।

ମହିଳା ଜଣକ ପିଲାକୁ ଜନ୍ମ ଦେବା ପରେ ଗର୍ଭନାଡ଼ିକୁ ଠିକ୍‌ କରି ନକାଟିବା କାରଣରୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେ ଅଚେତ ହୋଇ ପଡ଼ିଥିଲେ। ତାପରେ ତାଙ୍କ ସ୍ବାମୀ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button