ଅପରାଧ

ମାଆ ସାକ୍ଷୀ ଦେବାରୁ ଆଜୀବନ ସଶ୍ରମ ଜେଲ୍‌ ଦଣ୍ଡାଦେଶ ପାଇଲା  ନରହତ୍ୟା ଅଭିଯୁକ୍ତ ୨୪ ବର୍ଷିୟ ପୁଅ – bajravana

[ad_1]

ଅଗରତାଲା: ନରହତ୍ୟା ମାମଲାରେ ମାଆ ସାକ୍ଷୀ ଦେବାରୁ ତ୍ରିପୁରାର ଜଣେ ୨୪ ବର୍ଷିୟ ଅଭିଯୁକ୍ତଙ୍କୁ ଅଦାଲତ ଆଜୀବନ ସଶ୍ରମ କାରା ଦଣ୍ଡାଦେଶ ଦେଇଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

ତ୍ରିପୁରାର ସେପାହିଜାଲ୍‌ ଜିଲ୍ଲା ଅଦାଲତରେ ଚାଲିଥିବା ଜଣେ ବିଧବା ହତ୍ୟା ମାମଲାରେ ଶନିବାର ଦିନ ୨୫ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ୨୪ ବର୍ଷିୟ ଅଭିଯୁକ୍ତ ସୁମନ ଦାସଙ୍କ ମାଆ।

ପ୍ରାପ୍ତ ସୂଚନା ଅନୁସାରେ, ବିଶାଳଗଡ଼ ମହାନଗର ନିଗମରେ ସଫେଇ କାର୍ଯ୍ୟ କରୁଥିବା କୃଷ୍ଣା ଦାସ ନାମ୍ନୀ ଜଣେ ୫୫ ବ‌ର୍ଷୀୟ ବିଧବାଙ୍କୁ ୨୪ ବର୍ଷିୟ ସୁମନ ଓ ତାଙ୍କ ୨୬ ବର୍ଷିୟ ସାଙ୍ଗ ଚନ୍ଦନ ଦାସ ୨୦୨୦ ଏପ୍ରିଲ୍‌ ମାସରେ ହତ୍ୟା କରିଥିଲେ। ପୁଲିସ କହିବା ଅନୁସାରେ, ହତ୍ୟା କରିବା ପୂର୍ବରୁ ୨ ଅଭିଯୁକ୍ତ କୃଷ୍ଣାଙ୍କ ସହିତ ଦୁଷ୍କର୍ମ କରିଥିଲେ।

Image Courtesy of EastMojo

ପରେ ସେମାନେ କୃଷ୍ଣାଙ୍କ ଶବକୁ ଗୋଟାଏ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ। ଶବ ଉଦ୍ଧାର କରାଯିବା ପରେ କୃଷ୍ଣାଙ୍କ ବୋହୂ ସୁମିତ୍ରା ଦାସ ‘ଏଫ୍‌ଆଇଆର୍‌’ ଦାଏର କରିଥିଲେ। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ସ୍ବୀକାରୋକ୍ତିକୁ ଆଧାର କରି ‘ଚାର୍ଜସିଟ୍‌’ ଦାଖଲ କରିଥିଲା। ଏହି ହତ୍ୟା ଅପରାଧ ଘଟଣାରେ ସୁମନଙ୍କ ମାଆ ନମିତା ଦାସଙ୍କ ସମେତ ୨୫ଜଣ ବ୍ୟକ୍ତିଙ୍କଠାରୁ ପୁଲିସ ବୟାନ ରେକର୍ଡ କରିଥିଲା।

ଜିଲ୍ଲା ଅଦାଲତର ଅତିରିକ୍ତ ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ଗୌତମ ଗିରି କହିଛନ୍ତି, ପୁଅ ଦୋଷୀ ବୋଲି ମାଆ ନମିତା ଦାସ ସୁନିଶ୍ଚିତ କରିବା ପରେ ଏକ ମାସ ଧରି ଚାଲିଥିବା ଏହି ମାମଲା ଭିନ୍ନ ମୋଡ଼ ନେଲା ଓ ସୁମନ ଓ ତା’ର ସାଙ୍ଗ ଦଣ୍ଡ ପାଇଲେ। ସାକ୍ଷ୍ୟ ବା ବୟାନ ଦେବା ବେଳେ ମାଆ ନମିତା ଦାସ ପୁଅକୁ ମୃତ୍ୟୁଦଣ୍ଡ ମିଳୁ ବୋଲି ନିବେଦନ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ହତ୍ୟାକାଣ୍ଡର ସପ୍ତାହେ ପରେ ଶବ ଉଦ୍ଧାର କରାଯାଇଥିବାରୁ ମୃତା କୃଷ୍ଣାଙ୍କ ସହିତ ଦୁଷ୍କର୍ମ କରାଯାଇଛି କି, ନାହିଁ ଡାକ୍ତରୀ ପରୀକ୍ଷାରେ ଧରା ପଡ଼ିଲା ନାହିଁ। ତେଣୁ, ସେମାନଙ୍କୁ ଦୁଷ୍କର୍ମକାରୀ ବୋଲି ସାବ୍ୟସ୍ତ କରାଯାଇ ପାରିଲା ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button