ମନୋରଞ୍ଜନ

ଚନ୍ଦ୍ରଯାନ-୩ ମିସନ ସଫଳ ହେବା ପରେ ସୋସିଆଲ ମିଡିଆରେ ଖୁସି ଜାହିର କଲେ ବଲିଉଡ କଳାକାର – bajravana

[ad_1]

ମୁମ୍ବାଇ: ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ  ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶର ଗୌରବ ଅର୍ଜନ କରିଛି।

ଭାରତ ଏଭଳି ଇତିହାସ ରଚିବା ପରେ ଆଜି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି। ଅନେକ ବଲିଉଡ କଳାକାର ସୋସିଆଲ ମିଡିଆ ମାଧ୍ୟମରେ ନିଜର ଖୁସି ଜାହିର କରି ଇସ୍ରୋକୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି। ବଲିଉଡ ଅଭିନେତା ଅକ୍ଷୟ କୁମାର ଇନଷ୍ଟା ‌ଷ୍ଟୋରୀରେ ନିଜର ଖୁସି ଜାହିର କରି ଲେଖିଛନ୍ତି, କୋଟି କୋଟି ହୃଦୟ ଆଜି ଇସ୍ରୋକୁ ଧନ୍ୟବାଦ ଜଣାଉଛି। ତୁମେ ଆମକୁ ଗର୍ବିତ କରିଛ। ଭାରତ ଇତିହାସ ସୃଷ୍ଟି କରୁଥିବା ଦେଖି ନିଜକୁ ଭାଗ୍ୟବାନ ମନେ କରୁଛି। ଭାରତ ଚନ୍ଦ୍ରରେ ଅଛି ଓ ଆମେ ଚନ୍ଦ୍ର ଉପରେ ଅଛୁ।

ଅକ୍ଷୟଙ୍କ ସମତେ କଳାକାର ସିଦ୍ଧାର୍ଥ ମଲହୋତ୍ରା, ବିକି କୌଶଲ, ଶ୍ରଦ୍ଧା କପୁର, ମୀରା ରାଜପୁତ୍, ଅନୀଲ କପୁର, ଆର୍ ମାଧୱନ, ଅନୁପମ ଖେର୍, କାର୍ତ୍ତିକ ଆରୟନ ଇତ୍ୟାଦି କଳାକାର ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଥିବା ଦେଖାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button