ମନୋରଞ୍ଜନ

ପ୍ରତିଭା ଦେଖି ମନ୍ତ୍ରମୁଗ୍ଧ ହୋଇଗଲେ ରଣବୀର; ପ୍ରତିଯୋଗୀଙ୍କ ସ୍ପର୍ଶକଲେ ପାଦ – bajravana

[ad_1]

ନୂଆଦିଲ୍ଲୀ: ଇଣ୍ଡିଆନ ଆଇଡଲରେ ଏଥର ଦର୍ଶକ ଖୁବ ମନୋରଞ୍ଜନର ଖୋରାକ ପାଇବେ। ଚଳିତ ଅଧ୍ୟାୟରେ ରଣବୀର କପୁର ଓ ରଶ୍ମିକା ମନ୍ଦାନା ଅତିଥି ହୋଇ ‌ସୋ’ରେ ଯୋଗ ଦେଇଛନ୍ତି।

ରଣବୀର ଓ ରଶ୍ମିକା ତାଙ୍କର ଆଗାମୀ ସିନେମା ‘ଏନିମଲ’ର ପ୍ରମୋସନ କରିବା ପାଇଁ ସୋ’‌ରେ ପହଞ୍ଚିଛନ୍ତି। ‘ଏନିମଲ’ ସିନେମା ଡିସେମ୍ବର ୧ ତାରିଖରେ ରିଲଜ ହେବାକୁ ସ୍ଥିର ହୋଇଛି।

ରଣବୀର ଏହି ସୋ’ରେ ପ୍ରତିଯୋଗୀଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି କ୍ରମରେ ସେ ପ୍ରତିଯୋଗୀ ମେନୁକା ପୋଡେଲଙ୍କ ଫ୍ୟାନ ହୋଇଯାଇଥିଲେ। ରଣବୀର ମେନୁକାଙ୍କ ସଙ୍ଗୀତକୁ ଶୁଣି ମନ୍ତ୍ରମୁଗ୍ଧ ହୋଇ ନିଜକୁ ଅଟକାଇ ପାରି ନଥି‌ଲେ। ସେ ମଞ୍ଚ ଉପରକୁ ଧାଇଁ ଯାଇ ତାଙ୍କ ପାଦସ୍ପର୍ଶ କରି ଆଲିଙ୍ଗନ କରି ପ୍ରତିଯୋଗୀଙ୍କ ତୁଳନା ଶ୍ରେୟା ଘୋଷାଲଙ୍କ ସହିତ କରି ମେନୁକାଙ୍କୁ ଦେବୀ ନମ୍ବର ୨ର ଟ୍ୟାଗ ଦେଇଥିଲେ।

ମେନୁକା ଅଭିନେତାଙ୍କ ସିନେମା ତମାସାର ଗୀତ ‘ଅଗର ତୁମ ସାଥ ହୋ…’ଗାଇ ଦର୍ଶକଙ୍କ ଚକିତ କରି ଦେଇଥିଲେ। ଏହି ସୋ’ରେ ମେନୁକା ରଣବୀରଙ୍କୁ ପଚାରିଥିଲେ,‘ଆପଣ ଝିଅକୁ କେଉଁ ଗୀତ ଶୁଣାନ୍ତି।’ ଏହାର ଉତ୍ତରରେ ରଣବୀର କହିଥିଲେ, ‘ମୁଁ ଝିଅକୁ ବେବି ସାର୍କ ଓ ଉଲ୍ଲାଉଲ୍ଲା ଗୀତ ଶୁଣାଇଥାଏ। ଆଉ ସେ ବି ଏହାକୁ ଶୁଣିବାକୁ ଖୁବ ଭଲ ପାଇଥାଏ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button